ମିଲକିପୁର ଆସନରେ ହେବନି ଉପ ନିର୍ବାଚନ, ସାମ୍ନାକୁ ଆସିଲା ସପା ମୁଖପାତ୍ର ଫଖରୁଲ ହସନଙ୍କ ପ୍ରତିକ୍ରିୟା

ଲକ୍ଷ୍ନୌ: ମଙ୍ଗଳବାର ଭାରତର ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶର ୯ଟି ଆସନରେ ଉପ ନିର୍ବାଚନ ଘୋଷଣା କରିଛି । ରାଜ୍ୟରେ ସମସ୍ତ ଆସନରେ ଏକାଥରେ ନଭେମ୍ବର ୧୩ରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ନଭେମ୍ବର ୨୩ରେ ଭୋଟ୍ ଗଣତି ହେବ । ଏଥିମଧ୍ୟରେ ଅଯୋଧ୍ୟା ସ୍ଥିତ ମିଲକିପୁରରେ ନିର୍ବାଚନ ଘୋଷଣା କରାଯାଇନାହିଁ । ଏନେଇ ସମାଜବାଦୀ ପାର୍ଟି(ସପା)ର ମୁଖପାତ୍ର ଫଖରୁଲ ହସନ ଚାନ୍ଦଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଫଖରୁଲ ହସନ ଚାନ୍ଦଙ୍କ କହିବାନୁଯାୟୀ ପୂର୍ବରୁ ୟୁପିରେ ୧୦ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥାନ୍ତା । କିନ୍ତୁ ନିର୍ବାଚନ ଆୟୋଗ କେବଳ ୯ଟି ଆସନ ପାଇଁ ତାରିଖ ଘୋଷଣା କରିଛନ୍ତି । ମିଲକିପୁର ସମ୍ବନ୍ଧୀୟ କୌଣସି ମାମଲା କୋର୍ଟରେ ବିଚାରଧୀନ ଥିବାରୁ ଆୟୋଗ ତାରିଖ ଘୋଷଣା କରିନଥିବା କହିଛନ୍ତି । ଅଦାଲତ ଏପରି ନିର୍ଦ୍ଦେଶ ଦେଇଛନ୍ତି ନା ନାହିଁ ସପା ଆୟୋଗଙ୍କୁ ପଚାରିବାକୁ ଚାହୁଁଛି । ସିସାମାଉ ଆସନରେ ମଧ୍ୟ ଏକ ଆବେଦନ ବିଚାରଧୀନ ରହିଛି । ତେବେ ସେଠାରେ ଉପ ନିର୍ବାଚନ କାହିଁକି ଅନୁଷ୍ଠିତ ହେଉଛି । ଏହା ନିର୍ବାଚନ ଆୟୋଗର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ଫଖରୁଲ ହସନ । ଅପରପକ୍ଷରେ ବିଜେପି ମଧ୍ୟ କହିଛି କି ଏହା ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି । ମିଲକିପୁରରେ ଉପ ନିର୍ବାଚନ ଅନୁଷ୍ଠିତ ନହେବା ନେଇ ଅନ୍ୟ ଏକ କାରଣ ହେଉଛି ବିଜେପିର ପୂର୍ବତନ ବିଧାୟକ ବାବା ଗୋରଖନାଥ ୨୦୨୨ ନିର୍ବାଚନରେ ଜିତିଥିବା ସପା ବିଧାୟକ ଅବଧେଶ ପ୍ରସାଦଙ୍କ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ । ଫର୍ମ ପୁରଣ କରିବା ସମୟରେ ଅବଧେଶଙ୍କ ଭୁଲ ଶପଥ ସହ ଜଡ଼ିତ ଏହି ମାମଲା ଅଟେ ।

Get real time updates directly on you device, subscribe now.