fbpx

ଜଳବାୟୁ ପରିବର୍ତ୍ତନରୁ କୌଣସି ଶିଶୁ ବଞ୍ଚିପାରିବେ ନାହିଁ: ୟୁନିସେଫ୍

Advertisement

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ଏକ ବଡ଼ ଗୁରୁତର କାରଣ ପାଲଟିଛି । ଯାହାକୁ ନେଇ ଏବେ ଅନେକ ଦେଶ ଚିନ୍ତାରେ ରହିଛନ୍ତି । ଇତି ମଧ୍ୟରେ ୟୁନିସେଫ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହା ଏହି ଚିନ୍ତାକୁ ଦ୍ୱିଗୁଣିତ କରିଛି । ରିପୋର୍ଟରେ କୁହାଯାଇଛି ଯେ, ଜଳବାୟୁ ପରିବର୍ତ୍ତନରୁ କୌଣସି ଶିଶୁ ସୁରକ୍ଷିତ ରହିପାରିବେ ନାହିଁ । ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ ବିଭିନ୍ନ ଦେଶର ପିଲାଙ୍କ ଜୀବନ ଏବେ ବିପଦରେ ରହିଛି । ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରାୟ ଏକ ବିଲିୟନ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ଗୁରୁତର ଭାବରେ ବିପଦରେ ରହିଛି ଏବଂ ଏହା ସେମାନଙ୍କ ଜୀବନ ଶେଷ କରିପାରେ । ଏହି ପିଲାମାନେ ଖରାପ ସ୍ୱାସ୍ଥ୍ୟର ସମ୍ମୁଖୀନ ହେବା ସହିତ ଶିକ୍ଷାରୁ ବଞ୍ଚିତ, ଅସାମାନ୍ୟ ମୌସୁମୀର ସାମନା କରୁଛନ୍ତି ।

ମିଳିତ ଜାତିସଂଘର ଶିଶୁ ପାଣ୍ଠି (ୟୁନିସେଫ) ଏକ ସ୍ୱତନ୍ତ୍ର ରିପୋର୍ଟରେ କହିଛି ଯେ ପ୍ରଥମ ଥର ପାଇଁ ଜଳବାୟୁ ପରିବର୍ତ୍ତନରୁ ପିଲାମାନଙ୍କ ପାଇଁ ବିପଦ ସ୍ପଷ୍ଟ ହୋଇଛି ଏବଂ ବିଶେଷଜ୍ଞ ମାନେ ସେମାନଙ୍କର ଗମ୍ଭୀରତା ବିଷୟରେ ଅବଗତ ଅଛନ୍ତି । ରିପୋର୍ଟ ଅନୁଯାୟୀ, ଅନେକ ଦେଶରେ ପିଲାମାନେ ମୌସୁମୀ ପରିବର୍ତ୍ତନ ହେତୁ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ଏବଂ ଏହି ରୋଗ ହେତୁ ସେମାନଙ୍କ ଜୀବନ ମଧ୍ୟ ନଷ୍ଟ ହୋଇପାରେ।

ଜାତିସଂଘର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେନରୀଟା ଫୋର୍ ରିପୋର୍ଟକୁ ନେଇ କହିଛନ୍ତି ଯେ, ଏହା ଏକ ଆଶ୍ଚର୍ଯ୍ୟଜନକ ଖବର । ପିଲାମାନଙ୍କ ଉପରକୁ ଆସୁଥିବା ଏହି ଭଳବାୟୁ ଜନିତ ବିପଦକୁ ଦୃଷ୍ଟିରେ ରଖି ସେ ବୈଷୟିକ ସ୍ତରରେ ତଦନ୍ତ କରାଯିବା ନେଇ ମତ ଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ, ଧୀରେ ଧୀରେ ପିଲାମାନେ ସ୍ୱଚ୍ଛ ବାୟୁ ଏବଂ ସ୍ୱଚ୍ଛ ଜଳ ହରାଉଛନ୍ତି । ତେଣୁ ପିଲାମାନଙ୍କ ଠାରୁ ସେମାନଙ୍କ ମୌଳିକ ଅଧିକାରର ପରିସର ହ୍ରାସ କରିବା ଦ୍ୱାରା ସେମାନଙ୍କ ପ୍ରତି ଶୋଷଣ ବୃଦ୍ଧି ପାଇବ । ଏହାପରେ ପିଲାମାନଙ୍କ ଠାରୁ ଶିକ୍ଷା, ଆବାସ ଏବଂ ପିଲାଦିନର ସ୍ୱତନ୍ତ୍ରତା ବଞ୍ଚିତ କରାଯିବ ।

ଶେଷରେ ହେନରୀଟା ଫୋର୍ ସଫା ସଫା କହିଛନ୍ତି ଯେ, ସ୍ଥିତି ଏକ ଭୟାନବ ମୋଡ଼ ନେଉଛି । ଅନ୍ତରେ ଦୁନିଆର ପ୍ରତିଟି ଶିଶୁ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବେ । ତେବେ ବିପଦ ମୁହଁରେ ଥିବା ଦେଶ ଗୁଡ଼ିକ ହେଲା ଏସୀୟ ଦେଶ ଭାରତ, ଆଫ୍ରିକୀୟ ଦେଶ ଏବଂ ଫିଲିପାଇନ୍ସ । ଏହିସବୁ ଦେଶରେ ତୃଣମୂଳ ଆବଶ୍ୟକତାର ଅଭାବ ରହିଛି । ଏହି ଦେଶ ଗୁଡ଼ିକ ଉପରେ ଜଳବାୟୂ ପରିବର୍ତ୍ତନର ଖୁବ୍ ଖରାପ ପ୍ରଭାବ ପଡ଼ିବ । ତୃଣମୂଳ ଆବଶ୍ୟକତାରେ ସାମିଲ ରହିଛି ଶିକ୍ଷା, ପାନୀୟ ଜଳ, ସାର୍ବଜନୀକ ସ୍ୱାସ୍ଥ୍ୟ ସାମିଲ ରହିଛି ।

Get real time updates directly on you device, subscribe now.