fbpx

ଭାରତରେ ମିଳିବନି ଚୀନ ସାମଗ୍ରୀ, ବ୍ୟବସାୟୀ ସଙ୍ଘର ନିଷ୍ପତ୍ତି

ନୂଆଦିଲ୍ଲୀ, ୧୬ା୬: ଦେଶବ୍ୟାପୀ ଚୀନ ସାମଗ୍ରୀ ବର୍ଜନ କରାଯିବା ନେଇ ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚୀନ ସୈନ୍ୟଙ୍କ ଆକ୍ରମଣରେ ଆଜି ଭାରତୀୟ ୩ଯବାନ ସହିଦ ହୋଇଯାଇଥିଲେ । ଯବାନଙ୍କ ସହିଦ ପରେ ଏହିପରି ପଦକ୍ଷେପ ନିଆଯାଇଛି । ବର୍ଜନ କରାଯିବା ନେଇ ଚୀନର ୫୦୦ରୁ ଅଧିକ ସାମଗ୍ରୀର ତାଲିକା ପ୍ରସ୍ତୁତ କରିଛି ବ୍ୟବସାୟୀ ସଙ୍ଘ । ୨୦୨୧ ସୁଦ୍ଧା ୧ଲକ୍ଷ କୋଟିର ଆମଦାନୀ ବନ୍ଦ କରିବାକୁ ଲକ୍ଷ ରଖାଯାଇଛି । ଖେଳନା, ଲୁଗା, ହସ୍ତତନ୍ତ, ହାର୍ଡ଼ୱେର, ଜୋତା ,ପୋଷାକ, ରୋଷେଇ ଓ ବୈଦ୍ୟୁତିକ ସାମଗ୍ରୀ, ଉପହାର, ପ୍ରସାଧନ ସାମଗ୍ରୀ, ବ୍ୟାଗ୍, ଘଡ଼ି, ଗହଣା, ଷ୍ଟେସନାରି, କାଗଜ,ଘରୋଇ ସାମଗ୍ରୀ, ଆସବାବ, ସ୍ୱାସ୍ଥ୍ୟ ସାମଗ୍ରୀ, ପ୍ୟାକେଜିଂ ବର୍ଜନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.