fbpx

ଜୁଲାଇ ୮ରେ ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି: ଆଇନ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୮ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ କୁହାଯାଇଥିଲା । ଏହାପରେ ରତ୍ନଭଣ୍ଡାରକୁ ନେଇ ଲୋକଙ୍କ ମଧ୍ୟରେ ନାନା ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଏହା ମଧ୍ୟରେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଆସିଛି ଏକ ବଡ଼ ଖବର । ଜୁଲାଇ ୮ରେ ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ରତ୍ନ ଭଣ୍ଡାର ପ୍ରସଙ୍ଗରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିଜର ପ୍ରତିକ୍ରିୟା ଦେଇଛନ୍ତି । ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି । ଏ ସମ୍ପର୍କରେ ଛତିଶା ନିଯୋଗ ବୈଠକରେ କିଛି ନିଷ୍ପତ୍ତି ହୋଇନି । ଜଣେ ଏଏସଆଇ ଅଧିକାରୀ ଏହି ପ୍ରସଙ୍ଗରେ ଏକ ଭ୍ରାନ୍ତ ଖବର ପ୍ରଦାନ କରିଛନ୍ତି । ତେଣୁ ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, ଜୁଲାଇ ୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ଓ ରତ୍ନଭଣ୍ଡାର ବାହାର ପାଖ କାନ୍ଥରେ ଲେଜର ସ୍କାନିଂ କରାଯିବ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଥିଲେ ।

Get real time updates directly on you device, subscribe now.