‘ଆଇଡି କାର୍ଡ ନଥିଲେ ବିଶ୍ୱବିଦ୍ୟାଳୟରେ ନୋ ଏଣ୍ଟ୍ରୀ’, ସବୁ କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ

ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ପ୍ରବେଶ ରୋକିବା ନେଇ ଆଲୋଚନା

ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହୋଇଥିବା ଗଣ୍ଡଗୋଳ ଘଟଣାକୁ ନେଇ ଆଜି ଶୃଙ୍ଖଳା କମିଟି ବୈଠକ ବସିଛି। ଶୃଙ୍ଖଳା କମିଟି ବୈଠକ କୁଳପତିଙ୍କ ଅଧ୍ୟକ୍ଷତାରେ ବସିଛି। ଏହି ବୈଠକରେ ସବୁ ବିଭାଗର ମୁଖ୍ୟମାନେ ସାମିଲ ହୋଇଛନ୍ତି।

କ୍ୟାମ୍ପସ ସୁରକ୍ଷା ନେଇ ଆଲୋଚନା ଚାଲିଛି। ଅଣଛାତ୍ର ପ୍ରବେଶ ରୋକିବା ନେଇ ଆଲୋଚନା ହୋଇଛି ଏହି ବୈଠକରେ। ଆଇଡି କାର୍ଡ ନଥିଲେ ପ୍ରବେଶ ପାଇଁ ଅନୁମତି ନାହିଁ।

ଏନେଇ ସବୁ କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ କୁଳପତିଙ୍କର ନିର୍ଦ୍ଦେଶ ରହିଛି। ଆଇଡି କାର୍ଡ ଦେଖାଇଲେ ବିଶ୍ୱବିଦ୍ୟାଳୟ ଭିରତକୁ ସୁରକ୍ଷାକର୍ମୀ ଛାଡ଼ିବେ ବୋଲି ନିଷ୍ପତ୍ତି ନିଆଯାଇଛି।