fbpx

ଏହି କମ୍ପାନୀରେ କାମ କରୁଥିବା ଭାରତୀୟଙ୍କୁ ମିଳିଲା ଆଶ୍ୱସ୍ତି, ESOPରେ ଲାଗିବନି ଜିଏସଟି

Advertisement

ନୂଆଦିଲ୍ଲୀ: ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କରେ କାମ କରୁଥିବା ଭାରତୀୟ କର୍ମଚାରୀମାନଙ୍କ ପାଇଁ ଟ୍ୟାକ୍ସ ଡିପାର୍ଟମେଣ୍ଟ ଏକ ଭଲ ଖବର ଆଣିଛି । ସିବିଆଇସି ସ୍ପଷ୍ଟ କରିଛି ଯେ, ଯଦି କୌଣସି ବହୁରାଷ୍ଟ୍ରୀୟ କମ୍ପାନୀର ଭାରତୀୟ ସବସିଡିଆରୀ ନିଜ କର୍ମଚାରୀଙ୍କୁ ଇଏସଓପି ସୁବିଧା ପ୍ରଦାନ କରିଥାଏ, ତେବେ ଏହାର ଫାଇଦାରେ ଜିଏସଟି ଦେବାକୁ ପଡିବନାହିଁ ।

ସିବିଆଇସି ଜିଏସଟି କାଉନସିଲର ବୈଠକ ପରେ ଏକ ସର୍କୁଲାର ଜାରି କରି ଜିଏସଟିକୁ ନେଇ ସ୍ପଷ୍ଟ କରିଛନ୍ତି । ଜିଏସଟିର ମାମଲାରେ ନିଷ୍ପତ୍ତି ନେବାର ଶ୍ରେଷ୍ଠ ଜିଏସଟି କାଉନସିଲର ବୈଠକ ୨୨ ଜୁନରେ ହୋଇଥିଲା, ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ସିବିଆଇସି ଦ୍ୱାରା ୧୬ ସର୍କୁଲାର ଜାରି କରାଯାଇଛି । (ESOP) ହେଉଛି ଏକ କର୍ମଚାରୀ ଲାଭ ଯୋଜନା ଯାହାକି ଷ୍ଟକ୍ ସେୟାର ଆକାରରେ କମ୍ପାନୀରେ ଶ୍ରମିକମାନଙ୍କୁ ମାଲିକାନା ସୁଧ ଦେଇଥାଏ।

ସିବିଆଇସି ସର୍କୁଲାରରେ ସ୍ପଷ୍ଟ କରିଛି ଯେ, ଅନେକ ବିଦେଶୀ କମ୍ପାନୀ ନିଜ ଭାରତୀୟ ସବସିଡିଆରୀରେ କାମ କରୁଥିବା କର୍ମଚାରୀମାନଙ୍କୁ ବଜାର ମୂଲ୍ୟ ଉପରେ ଇଏସଓପି ପ୍ରଦାନ କରିଥାଏ, ତେବେ ଏଭଳି କ୍ଷେତ୍ରରେ ଜିଏସଟି ପ୍ରଯୁର୍ଯ୍ୟ ହେବ ନାହିଁ । ଯଦି କୌଣସି ବିଦେଶୀ ହୋଲ୍ଡିଂ କମ୍ପାନୀ ନିଜ ଭାରତୀୟ ସବସିଡିଆରି କମ୍ପାନୀକୁ ସିକ୍ୟୁରିଟିଜ କିମ୍ବା ସେୟାର ମୂଲ୍ୟଠାରୁ ଅଧିକ ଚାର୍ଜ କରେ, ତେବେ ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ ଷ୍ଟକ ଅପସନ, କର୍ମଚାରୀଙ୍କ ଷ୍ଟକ ପରଚେଜ ପ୍ଲାନ ବା ରେଷ୍ଟିକ୍ଟେଡ ଷ୍ଟକ ୟୁନିଟ ଆଦିରେ ଜିଏସଟି ଦେବାକୁ ପଡିବ ।

Get real time updates directly on you device, subscribe now.