fbpx

କୋଭିଡ୍ ଭ୍ୟାକ୍ସିନ ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ଏ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କରୋନା ଟିକା ଲଗାଇବା ପାଇଁ କୌଣସି ଲୋକଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ । କୋଭିଡ ଭ୍ୟାକ୍ସିନ ବାଧ୍ୟତାମୂଳକକୁ ଅସମ୍ବିଧାନିକ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ୟାଚିକା ଦାୟର ହୋଇଥିଲା । ଉକ୍ତ ମାମଲାର ଶୁଣାଣି କରିବା ଅବସରରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଥିବା ଜଣାପଡ଼ିଛି ।

ଏ ନେଇ ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ, କୋଡିଭ୍ ଟିକା ନେବା ପାଇଁ କାହା ଉପରେ ବଳ ପ୍ରୟୋଗ କରାଯାଇ ପାରିବ ନାହିଁ । ସରକାର ଲୋକଙ୍କ ହିତ ପାଇଁ ସଚେତନତା ସୃଷ୍ଟି କରିପାରନ୍ତି । ଏ ବାବଦରେ ସରକାର ନୀତି ନିର୍ଦ୍ଧାରଣ କରିପାରିବେ, ମାତ୍ର ସେନେଇ କିଛି କହିବା ଉଚିତ ହେବ ନାହିଁ । କୋଭିଡ୍ ମହାମାରୀର ହ୍ରାସ ନେଇ ସରକାର କଟକଣା ଲଗାଇ ପାରନ୍ତି । କିନ୍ତୁ ଟିକା ଲଗାଇବା ବା କୌଣସି ପ୍ରକାରର ଖାସ୍ ମେଡିସିନ୍ ନେବାକୁ ବାଧ୍ୟ କରିପାରିବେ ନାହିଁ । ଯେଉଁ ରାଜ୍ୟମାନେ ଟିକାର ବାଧ୍ୟତାମୂଳକକୁ ନେଇ କଟକଣା ଲାଗୁ କରିଛନ୍ତି, ସେମାନେ ଏହାକୁ ଉଠାଇନେବା ଉଚିତ୍ ।

ଜନସାଧାରଣ ଓ ଡାକ୍ତରଙ୍କ ସହ ଆଲୋଚନା କରି କେନ୍ଦ୍ର ସରକାର ଏକ ରିପୋର୍ଟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଟିକା ନେବା ନନେବା ପ୍ରତ୍ୟେକ ନାଗରିକଙ୍କର ବ୍ୟକ୍ତିଗତ ନିଷ୍ପତ୍ତି, ଏହା ଉପରେ କେହି ହସ୍ତକ୍ଷେପ କରିପାରିବେ ନାହିଁ । କାହାକୁ କୌଣସି ପ୍ରକାରର ଟିକା ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ।

Get real time updates directly on you device, subscribe now.