fbpx

ନା ଆସିଲା ଲିଙ୍କ୍ , ନା ଆସିଲା ଓଟିପି… ଏହା ପରେ ବି ସାଇବର ଠକ ଲୁଟିନେଲେ ୫୦ ଲକ୍ଷ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ସୁରକ୍ଷା ଏଜେନ୍ସି ଚଳାଉଥିବା ଜଣେ ବ୍ୟକ୍ତି ସାଇବର ଠକାମୀର ଶିକାର ହୋଇଛନ୍ତି । ସାଇବର ଠକମାନେ ତାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଖବର ସାମ୍ନାକୁ ଆସିଛି । ଏହା ପରେ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଏହି ମାମଲାରେ ଅଭିଯୋଗ କରିଛନ୍ତି । ଦିଲ୍ଲୀ ପୋଲିସର ସାଇବର ସେଲ୍ ଏହି ଘଟଣାର ଅନୁସନ୍ଧାନ କରୁଛି ।

ବ୍ୟକ୍ତି ଜଣଙ୍କ ପୋଲିସକୁ କହିଛନ୍ତି ଯେ ନଭେମ୍ବର ୧୩ ରେ ତାଙ୍କୁ ଏକ ଅଜ୍ଞାତ ନମ୍ବରରୁ କଲ ଆସିଥିଲା । ଏହା ପରେ ସେ ଫୋନ ଉଠାଇବା ପରେ ଅନ୍ୟ ପଟରୁ କୌଣସି ଉତ୍ତର ମିଳିନଥିଲା । କିଛି ସମୟ ପରେ କଲଟି କଟି ଯାଇଥିଲା । ଏହା ପରେ ବ୍ୟକ୍ତିଙ୍କ ନିକଟକୁ ବିଭିନ୍ନ ନମ୍ବରରୁ ଅନେକ ଥର ମିସ୍ କଲ୍ ଆସିଥିଲା । ଏହି ସମୟରେ ସେ ଥରେ କିମ୍ବା ଦୁଇଥର କଲ୍ ଉଠାଇଥିଲେ । ଏହି ପ୍ରକ୍ରିୟା ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା । କିଛି ସମୟ ପରେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଡେବିଟ୍ ହୋଇଥିବା ଏକ ମେସେଜ୍ ଆସିଥିଲା । ଏହି ମାମଲାରେ ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ସେ ତାଙ୍କ ଓଟିପି ନମ୍ବର କାହା ସହ ସେୟାର କରିନାହାଁନ୍ତି । କିନ୍ତୁ ଏହା ପରେ ମଧ୍ୟ ତାଙ୍କ ଆକାଉଣ୍ଟରୁ ଟଙ୍କା ସବୁ ଉଡ଼ି ଯାଇଥିଲା ।

ଅନ୍ୟପଟେ ସାଇବର ସେଲ ଡିସିପିଙ୍କ ଅନୁଯାୟୀ, ମୋବାଇଲ୍ ହ୍ୟାକ୍ ହୋଇଥିବାରୁ ବ୍ୟକ୍ତିଙ୍କ ନମ୍ବରରେ ଓଟିପି ଆସିଥିଲା ବୋଲି କୁହାଯାଉଛି । ସେଥିପାଇଁ ସେ ଜାଣିପାରି ନଥିଲେ । ଏହି ମାମଲାରେ ଏକ ଅଭିଯୋଗ ହୋଇଛି ଏବଂ ଅପରାଧୀଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଠକେଇର ମାଷ୍ଟରମାଇଣ୍ଡ ଝାଡଖଣ୍ଡର ଜାମତାଡ଼ା ଅଞ୍ଚଳରୁ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ, ଯେଉଁ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହୋଇଛି, ସେ କିଛି ଟଙ୍କା ଲୋଭରେ ନିଜ ବ୍ୟାଙ୍କ ଆକାଉଣ୍ଟ ସାଇବର ଠକଙ୍କୁ ଦେଇଛି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.