fbpx

No Mask No Entry: ମାସ୍କ ବାଧ୍ୟତା ମୂଳକ କରିଲେ ସରକାର, ବିନା ମାସ୍କରେ ବାହର ମନା

Advertisement

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ମାସ୍କ ବାଧ୍ୟତାମୂଳକ କରିଛନ୍ତି । କୋଭିଡ ବୃଦ୍ଧି ପାଉଥିବାରୁ ଏବଂ ଆଗକୁ ଯେପରି ଏହା ଅଧିକ ବିସ୍ତାର ନହେବ ତାହାକୁ ନେଇ ସରକାର ଏବେ ଠାରୁ କଡା ପଦକ୍ଷେପ ପାଳନ କରିଛନ୍ତି ।
ସୂଚନାମୁତାବକ କର୍ଣ୍ଣାଟକ ସରକାର ମାସ୍କ ବାଧ୍ୟତାମୂଳକ କରିଛନ୍ତି । ଏହା ସହିତ ସବୁ ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରାଯାଇଛି । ସ୍କୁଲ ,କଲେଜ, ସିନେମାହଲ , ହସ୍ପିଟାଲ ସବୁ ଠାରେ ମାସ୍କ ପିନ୍ଧିବା ଜରୁରୀ । ବିନା ମାସ୍କରେ କେହି ଗହଳି ସ୍ଥାନକୁ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାମୁତାବକ ଚୀନରେ ବର୍ତ୍ତମାନ କରୋନା ସ୍ଥିତି ବହୁ ଖରାପ ରହିଥିବା ବେଳେ ଏବେ ଠାରୁ ଏହା ସବୁ ଦେଶକୁ ଚିନ୍ତାରେ ପକେଇଛି । ତେବେ ଦେଶରେ ଯେପରି ଏହା ବୃଦ୍ଧି ନପାଏ ତାହାକୁ ନେଇ ଏବେ ଠାରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ । ଏହା ପାଇଁ ସମସ୍ତ ରାଜ୍ୟ ସହିତ ମଧ୍ୟ ବୈଠକ କରାଯାଇଥିଲା ।

କୋଭିଡ ନିୟମ ପାଇଁ ରାଜ୍ୟରେ ମଧ୍ୟ ସମୀକ୍ଷା ବୈଠକ ବସିଥିଲା । ସର୍ବ ସାଧାରଣ ସ୍ଥାନରେ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ଏହା ସହିତ କରୋନାର ଯେଉଁ ଗାଇଡ ଲାଇନ ଥିଲା ଯେପରି ମାସ୍କ ପରିଧାନ କରିବା, ହାତକୁ ଧୋଇବା, ଦୂରତା ପାଳନ କରିବା ପାଇଁ ସୂଚନା ଦିଆଯାଇଛି । ଏହା ସହ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆ ଯାଇଛି ।

Get real time updates directly on you device, subscribe now.