ଅଜବ ଏ ଦୁନିଆ ଆଉ ଅଜବ ଏ ସୃଷ୍ଟି । ପୃଥିବୀରେ ଅନେକ ସ୍ଥାନ ଏମିତି ଅଛି ଯେଉଁଠି ରହିଛି କିଛି ଅଦ୍ଭୁତ ଏବଂ ଆର୍ଶ୍ଚ୍ୟଜନକ ଜିନିଷ । ଯାହା ଲୋକମାନଙ୍କ ପାଇଁ ଏକ ବିଶେଷ କାରଣ ହୋଇଥାଏ ସେହି ଅଞ୍ଚଳ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ । ଯେମିତି ଆଗ୍ରାର ତାଜମହଲ, ଓଡିଶାର ପୁରୀ ଜଗନ୍ନାଥ ମନ୍ଦିର ଏବଂ ଦିଲ୍ଲୀର ଲାଲକିଲ୍ଲା ଇତ୍ୟାଦି । ଏହି ସବୁ ଜିନିଷ ଲୋକମାନଙ୍କୁ ନିଜ ପାଖକୁ ଆକୃଷ୍ଟ କରିବାର କାରଣ ପାଲଟିଛନ୍ତି । ତେବେ ଠିକ ସେମିତି ଆଜି ଆମେ ଆଉ ଏକ ଜାଗା ବିଷୟରେ କହିବାକୁ ଯାଉଛୁ । ତେବେ ଏଠାକାର ବିଶେଷତ୍ୱ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରି ଦେବ ।
ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ସହ ପରିଚିତ କରାଇବୁ ଯେଉଁଠି ଜଣେ ହେଲେ ବି ପୁରୁଷ ନାହାନ୍ତି । ଆଶ୍ଚର୍ଯ୍ୟ ହୋଇଗଲେ ନା? ହେବେନି କେମିତି କଥାଟା ତ ସେମିତି । ବିନା ପୁରୁଷରେ ଗାଁ କେମିତି ସମ୍ଭବ ? ତେବେ ଏହା ହିଁ ହେଉଛି ଏହି ଗାଁରଏକ ରହସ୍ୟ । କେବଳ ନାରୀମାନଙ୍କୁ ନେଇ ରହିଛି ଏହି ଗାଁ । ଆପଣଙ୍କୁ ଜଣାଇଦେବାକୁ ଚାହିଁବୁ ଯେ, ଏହି ଗାଁଟି ହେଉଛି ପୋଲାଣ୍ଡର ଏବଂ ଏହାର ନାଁ ହେଲା ମିଜେସ୍କ ଓନ୍ଦ୍ରଜେନସ୍କି । ଗତ ୧୨ ବର୍ଷ ହେଲା ଏଠାରେ ଜନ୍ମ ନେଉଛନ୍ତି କେବଳ ଶିଶୁ କନ୍ୟା । ୧୨ ବର୍ଷରୁ କୌଣସି ବ୍ୟକ୍ତିଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇ ନାହାନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତି କି ଏଠାକାର ମେୟର ପୁତ୍ର ସନ୍ତାନର ପରିବାରକୁ ପୁରସ୍କାର ମଧ୍ୟ ଘୋଷଣା କରି ସାରିଲେଣି । କିନ୍ତୁ ପରିମଣାମ ଏବେ ବି ଯଥା ପୂର୍ବଂ ତଥା ପରଂ । ଆଜି ପର୍ଯ୍ୟନ୍ତ କାହାରି କୋଳକୁ ଆସି ପାରିନି ଗୋଟିଏ ବି ପୁତ୍ର ସନ୍ତାନ । ତେଣୁ ଏହି ଗାଁକୁ କନ୍ୟାରତ୍ନର ଗାଁ ବୋଲି ମଧ୍ୟ କୁହାଯାଏ ।
ଏହି ଗାଁ ଏବେ ଖୁବ ଚର୍ଚ୍ଚାରେ ରହିଛି । ଗାଁର କୌଣସି ବ୍ୟକ୍ତିଙ୍କର ପୁତ୍ର ସନ୍ତାନ ଜନ୍ମ ନହେବାର କାରଣ ଖୋଜିବାରେ ଲାଗି ପଡିଛନ୍ତି ବିଶେଷଜ୍ଞ । ଏହି ଗାଁ ବିଷୟରେ ଜାଣିବା ପରେ ବିଶେଷଜ୍ଞମାନେ ଏଠାକୁ ପରୀକ୍ଷା ନିରୀକ୍ଷା କରିବାକୁ ମଧ୍ୟ ଆସିଥିଲେ । କିନ୍ତୁ ବିଫଳ ହୋଇଛନ୍ତି । ଗାଁର ସମସ୍ତ ରହସ୍ୟ ଜାଣିବା ପାଇଁ ଅନେକ ସାମ୍ବାଦିକ ଏଠାରେ ଡେରା ଜମାଇଥିଲେ ମଧ୍ୟ ସେମାନଙ୍କୁ ବି ଖାଲି ହାତରେ ଫେରିବାକୁ ପଡିଛି ।
ଏହି ଗାଁରେ ୩୦୦ ଲୋକ ବସବାସ କରନ୍ତି । ତେବେ ଏହି ଗାଁ ଯେତେବେଳେ ଲୋକଲୋଚନକୁ ଆସିଥିଲା ସେହି ଘଟରା ବି ଖୁବ ଇଣ୍ଟ୍ରେଷ୍ଟିଙ୍ଗ ଥିଲା । ଥରେ ଅଗ୍ନିଶମ ବିଭାଗର ଯୁବ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଆଞ୍ଚଳିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଗାଁର ସମସ୍ତ ଦଳରେ କେବଳ ମହିଳା ହିଁ ଯୋଗ ଦେଇଥିଲେ । ସେହିଠାରୁ ଏହି ଗାଁ ପାଇଛି ନୂଆ ପରିଚୟ । କୃଷି କାମରୁ ଆରମ୍ଭ କରି ଫାୟା ଷ୍ଟେସନ, ଟ୍ରକ ଚଳାଇବାରୁ ଆରମ୍ଭ କରି ବ୍ୟବସାୟ ସବୁ କ୍ଷେତ୍ରରେ ଖୁବ ପାରଙ୍ଗମ ଏଠାକାର ଝିଅମାନେ । ତେଣୁ ଏହି ଗାଁକୁ କନ୍ୟାରତ୍ନଙ୍କ ଗାଁ ବୋଲି ଆଖ୍ୟା ଦିଆଯାଇଛି ।