fbpx
BSKY SKY
BSKY SKY

ଜଣଙ୍କ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିବାର କାହାରି ଅଧିକାର ନାହିଁ: ହାଇକୋର୍ଟ ଦେଲେ ରାୟ

BSKY

ନୂଆଦିଲ୍ଲୀ: ଏଣିକି ବୈଧ କାରଣ ନଥିଲେ କୌଣସି ନାଗରିକଙ୍କର ବ୍ୟକ୍ତିଗତ ମାମଲାରେ ପ୍ରବେଶ କରିବା ଉପରେ ରୋକ ଲଗାଇଛନ୍ତି ମାନ୍ୟବର ନ୍ୟାୟାଳୟ । ଆଇନ ଅନୁସାରେ ଏହି ଅଧିକାର କୌଣସି ବ୍ୟକ୍ତି, ଅନୁଷ୍ଠାନ ବା ସମାଜ ପାଖରେ ନାହିଁ । ତେବେ ସେ ଗଣମାଧ୍ୟମ ହେଉ କି ସରକାରୀ ଏଜେନ୍ସି, ଦେଶର କୌଣସି ନାଗରିକଙ୍କ ବିଷୟରେ କିମ୍ବା ସେମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିପାରିବେ ନାହିଁ ।

ସୂଚନା ଅନୁସାରେ, ଏକ ଟିଭି ଚାନେଲର ଦୁଇ କର୍ମଚାରୀଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଏହି ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ । କୋର୍ଟର ଜଷ୍ଟିସ ଭିଜି ଅରୁଣ କହିଛନ୍ତି ଯେ, ସାଧାରଣ ନାଗରିକଙ୍କ ଗୋପନୀୟତା ସେମାନଙ୍କ ବିନା ଅନୁମତିରେ ପଦାରେ ପକାଇବାର କାହାରି ଅଧିକାର ନାହିଁ । ଖବର ଦେଖାଇବା ପରିବର୍ତ୍ତେ ସେମାନଙ୍କ ବ୍ୟକ୍ତିଗତ ବୃତ୍ତିରେ ଅନୈତିକ ଅଭ୍ୟାସ ଦେଖିବା ଅତ୍ୟନ୍ତ ନିରାଶଜନକ ବିଷୟ । ତେବେ ଯଦି ଏପରି ଖବରକୁ ବନ୍ଦ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ, ତେବେ ନ୍ୟୁଜ ଚାନେଲଗୁଡିକ ନିଜେ ନିଜକୁ ପରଖି ନେବା ଉଚିତ । କିଛି ଲେକଙ୍କର ଏପରି କାରନାମା ଯୋଗୁଁ ସାଧାରଣ ଜନତାଙ୍କର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମ ଉପରୁ ବିଶ୍ୱାସ ଉଠିଯାଇଛି ।

ଅନଲାଇନ ଚାନେଲରେ ଜଣେ ଜବରଦସ୍ତ ମହିଳାଙ୍କୁ ଉଲଗ୍ନ କରି ଭିଡିଓ କରିଥିବା ନେଇ ଅଭିଯୋଗ ହୋଇଥିଲା । ଚାନେଲର ମାଲିକ ଏବଂ ଜଣେ କର୍ମଚାରୀଙ୍କ ବିରୋଧରେ ଏହି ଅଭିଯୋଗ କରିଥିଲେ ପୀଡିତା । ତେବେ ଏହି ଭିଡିଓରେ ଜଣେ ମହିଳା ମନ୍ତ୍ରୀଙ୍କର ନକଲି କରିବା ପାଇଁ ଚାହୁଁଥିଲେ ବୋଲି କହିଛନ୍ତି ପୀଡିତା ମହିଳା । ସେପଟେ ଚାନେଲର ମାଲିକ ଗିରଫ ହେବା ପରେ ମଧ୍ୟ ଏହି ଭିଡିଓଗୁଡିକ ଖବର ଭାବରେ ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.