ଏଣିକି ଫୋନ ଚୋରି ହେଲେ ଆଉ ଚିନ୍ତା ନାହିଁ, ଆପଣଙ୍କ ଛଡା ଅନ୍ୟ କେହି ବି ସ୍ୱିଚ୍ ଅଫ କରିପାରିବେ ନାହିଁ ଆପଣଙ୍କ ଫୋନ, ଜାଣନ୍ତୁ କିପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫୋନ ବର୍ତ୍ତମାନ ଯୁଗରେ ସବୁଠାରୁ ଅଧିକ ଆବଶ୍ୟକୀୟ ଜିନିଷ ରୂପେ ପରିଣତ ହୋଇଛି । ନିଜର ସମସ୍ତ ପର୍ସନାଲ ଡାଟା, ବ୍ୟାଙ୍କିଙ୍ଗ ପେମେଣ୍ଟ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟକୁ ଲୋକେ ଫୋନରେ ହିଁ ରଖୁଛନ୍ତି । ଯଦି ଫୋନ ଚୋରି ହୋଇଯାଏ କି ନଷ୍ଟ ହୋଇଯାଏ ତେବେ ଲୋକେ ବିପଦରେ ପଡିଯାଆନ୍ତି । କଣ କରିବେ ବୋଲି ଭାବିପାରନ୍ତି ନାହିଁ । ଏନେଇ ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରେ ଆପଣଙ୍କ ଫୋନକୁ ଅନ୍ୟ କେହି ଆପଣଙ୍କ ବିନା ଅନୁମତିରେ ସ୍ୱିଚ୍ ଅଫ କରିପାରିବେ ନାହିଁ । ଆସନ୍ତୁ ଜାଣିବା ଏହି ବିଷୟରେ..

ଯଦି କେଉଁ ବ୍ୟକ୍ତିର ଫୋନ ଚୋରି ହୋଇଯାଏ କି ହାତରୁ ଅଜାଣତରୁ ହାତରୁ ଖସି ନଷ୍ଟ ହୋଇଯାଏ ତେବେ ଏହା ଲୋକଙ୍କୁ ଆସୁବିଧାରେ ପକାଇଥାଏ । ଫୋନ ଚୋରି ସାଧାରଣତଃ ଟ୍ରେନ କିମ୍ବା ପର୍ସରୁ ଚୋରି ହୋଇଥାଏ । ଅନ୍ୟ କେହି କେହି ଚୋର ରାସ୍ତାରେ ଆପଣ ଫୋନରେ ଗପିଗପି ଯାଉଥିବା ବେଳେ ସେ ହଠାତ ଆସି ହାତରୁ ଫୋନ ଟାଣିନିଅନ୍ତି । ତେବେ ଏ ନେଇ ଏକ ସହଜ ଉପାୟ ରହିଛି ଯାହାକୁ ଆପଣ ନିଜ ଫୋନରେ ସେଟିଙ୍ଗ କରିବାକୁ ପଡିବ ।

-ପ୍ରଥମେ ଆପଣ ନିଜ ଫୋନର ସେଟିଙ୍ଗକୁ ଯାଆନ୍ତୁ ।

-ରିକ୍ୱେୟାର ପାସୱାର୍ଡ ଟୁ ପାୱାର ଅଫକୁ ଯାଆନ୍ତୁ ।

-ଏଠାରେ ଅନ କରି ଆପଣଙ୍କ ପସୱାର୍ଡ ସେଟ କରନ୍ତୁ ।

-ତେବେ ଆପଣଙ୍କ ଫୋନ ଚୋରି ହୋଇଗଲେ ବି ତାହା ବିନା ପାସୱାର୍ଡରେ ସୁଇଚ ଅଫ ହୋଇପାରିବ ନାହିଁ ।

-ଏଥିରେ ଆପଣଙ୍କ ଚୋରି ହୋଇଥିବା ମୋବାଇଲ ମିଳିବାର ଚାନ୍ସ ଆହୁରି ବଢିଯିବ । ଆପଣ ସହଜରେ ଆପଣଙ୍କ ଫୋନକୁ ଟ୍ରାକ୍ କରିପାରିବେ ।

Get real time updates directly on you device, subscribe now.