fbpx

ଗାଡ଼ି ଚାଳକ ଖୁସି: ଏଣିକି ଦୁଇଚକିଆ ଯାନ ଉପରେ ଆଉ ଲାଗିବନି ପାର୍କିଂ ଚାର୍ଜ

ନୂଆଦିଲ୍ଲୀ: ଦିନକୁ ଦିନ ରାସ୍ତାଘାଟରେ ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଭାବେ ଚାରିଚକିଆ ଯାନ ଅପେକ୍ଷା ଦୁଇଚକିଆ ଯାନ ରାସ୍ତାରେ ଅଧିକ ମାତ୍ରାରେ ଯାତାୟାତ କରିଥାଏ । ତେବେ ଦୁଇଚକିଆ ଗାଡ଼ି ଚାଳକଙ୍କ ପାଇଁ ଅନେକ କ୍ଷେତ୍ରରେ ପାର୍କିଂ ଫି’ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥାଏ । ଆପଣମାନେ ଅଫିସ ବା କୌଣସି ସ୍ଥାନକୁ ୫ ମିନିଟ ପାଇଁ ଯାଆନ୍ତୁ ବା ୧ ଘଣ୍ଟା ପାଇଁ ଯାଆନ୍ତୁ ସେଥିପାଇଁ ପାର୍କିଂ ଫିସ୍ ଭରିବାକୁ ପଡ଼ିଥାଏ ।

ତେବେ ଆଜିକାଲି ସହରମାନଙ୍କରେ ପାର୍କିଂକୁ ନେଇ ଅନେକ ସମସ୍ୟା ଦେଖାଦେଉଛି । ଅଧିକାଂଶ ସମୟରେ ଗାଡ଼ି ଚାଳକମାନେ ଏହି ଫିସ୍ ଦେଇ ଦେଇ ନୟାନ୍ତ ହୋଇଯାଇଥାନ୍ତି । ତେବେ ଏହା ମଧ୍ୟରେ ଗାଡ଼ି ଚାଳକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକୁ ଦୁଇଚକିଆ ଯାନ ଉପରେ ଆଉ ପାର୍କିଂ ଶୁଳ୍କ ଲାଗିବ ନାହିଁ । ଏହି ଖବରଟି ସମସ୍ତ ଦୁଇଚକିଆ ଗାଡ଼ି ମାଲିକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି । ଚଣ୍ଡିଗଡ଼ରୁ ଆସିଛି ଏଭଳି ଏକ ବଡ଼ ଖବର ।

Get real time updates directly on you device, subscribe now.