fbpx

‘କୌଣସି ବ୍ୟକ୍ତି ବା ସମ୍ପର୍କ ଦେଶଠାରୁ ବଡ଼ ନୁହେଁ’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଚିତ ଭୋଡଫୁକାନଙ୍କ ଜୀବନୀକୁ ନେଇ କହିଛନ୍ତି ଯେ, ‘ଦେଶଠାରୁ କେହି ଅଧିକ ନୁହେଁ, ସେ ବ୍ୟକ୍ତି ହେଉ କି ସମ୍ପର୍କ।’ ଏବଂ ଲଚିତଙ୍କ ଜୀବନୀ ଆମକୁ ଏହା ଉତ୍ସାହିତ କରୁଛି ଯେ, ଆତ୍ମୀୟତା ଏବଂ ରାଜବଂଶ ବଦଳରେ ଜାତୀୟତା ସବୁଠାରୁ ଆଗ। ନୂଆଦିଲ୍ଲୀରେ ଅନୂଷ୍ଠିତ ହେଉଥିବା ଲଚିତ ଭୋଡଫୁକାନଙ୍କ ୪୦୦ତମ ଶ୍ରାଦ୍ଧ ବର୍ଷିକରେ ଏପରି ଅବିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକ ବହି ଉଦଘାଟନ କରିଛନ୍ତି । ସେହି ବହିଟିର ନାମ ରହିଛି ଲଚିତ ବୋରଫୁକାନ- ‘ଆସାମ୍ସ ହିରୋ ହୁ ହାଲଟେଡ ଦ ମୁଗଲ୍ସ।’ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଡଫୁକନଙ୍କ ୪୦୦ତମ ଶାଦ୍ଧ ଜୟନ୍ତି ଉପଲକ୍ଷେ ହୋଇଥିବା ପ୍ରଦର୍ଶନୀକୁ ଆଲୋକିତ କରିଛନ୍ତି। ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା, ରାଜ୍ୟପାଳ ଜଗଦିଶ ମୁଖୀ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ସହିତ ଏବଂ ଅନେକ ଗଣମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଇତିହାସ କେବଳ ଗୁଲାମୀର ଇତିହାସ ନଥିଲା । ଭାରତ ଇତିହାସ ଏକ ଯୋଦ୍ଧାଙ୍କ ଇତିହାସ ଥିଲା । ଅତ୍ୟାଚାର ବିରୁଦ୍ଧରେ ସ୍ୱର ଏବଂ ପରାକ୍ରମ ଦେଖାଇବାର ଇତିହାସ ଥିଲା । ଭାରତର ଇତିହାସ ଏକ ବୀରତ୍ୱର ପରମ୍ପରା । ହେଲେ ର୍ଦୁଭାଗ୍ୟ ବଶତଃ ଆମକୁ ସେହି ଇତିହାସ ପୁଣି ପଢାଯାଉଛି । ଯିଏ ଗୁଲାମୀ କାଳଖଣ୍ଡରେ ଆମକୁ ପରାମର୍ଶ ଦେଉଥିଲେ । ଦେଶର କୋଣକୋଣରେ ଭାରତର ପୁତ୍ରମାନେ ତାଙ୍କ ସହ ଲଢେଇ କରୁଥିଲେ ହେଲେ ଏହି ଇତିହାସକୁ ଜାଣିଶୁଣି ଦବା ଯାଇଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ସ୍ୱାଧୀନତା ପରେ ଜରୁରୀ ଥିଲା କି ଗୁଲାମ ବନାଇଥିବା ବ୍ରିଟିଶ ଏଜେଣ୍ଡଙ୍କୁ ବଦଳା ଯାଇଥାନ୍ତା ହେଲେ ଏହା ହୋଇନଥିଲା । ସେ କହିଛନ୍ତି ଯେ, ଏହି ବଳିଦାନକୁ ମୁଖ୍ୟଧାରାରେ ନନେଇ ଯେଉଁ ଭୁଲ ହୋଇଛି, ଏହାକୁ ସୁଧାର କରାଯାଉଛି । ସେଥିପାଇଁ ଲଚିତ ଭୋଡଫୁକନ ଜୟନ୍ତି ମନାଇବା ପାଇଁ ଦିଲ୍ଲୀରେ କରାଯାଉଥିବା ଏହି କାର୍ଯ୍ୟକ୍ରମ ଏହାର ପ୍ରତିବିମ୍ବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଦେଶ ଆଜି ଗୁଲାମୀ ମାନସିକତାକୁ ଛାଡି ନିଜ ଐତିହ୍ୟକୁ ନେଇ ଗର୍ବ କରୁଛି । ଭାରତ କେବଳ ନିଜର ସାଂସ୍କୃତିକ ବିବିଧତାର ଉତ୍ସବ ପାଳନ କରୁନାହିଁ । ଏହା ନିଜ ସଂସ୍କୃତିର ଐତିହାସିକ ନାୟକ-ନାୟିକାଙ୍କୁ ମଧ୍ୟ ଗର୍ବର ସହ ମନେପକାଉଛି ।

ମୋଦୀ ଶେଷରେ କହିଛନ୍ତି ଯେ, ଭୋଡଫକୁନ ଏମିତି ଏକ ଯୋଦ୍ଧା ଥିଲେ ଯିଏ ଦେଖାଇ ଦେଇଥିଲେ ଆତଙ୍କୀର ଅନ୍ତ ହୋଇଯାଏ । ହେଲେ ଭାରତୀୟ ଅମରଜ୍ୟେତି ସବୁବେଳେ ଅମର ରହିଥାଏ । ଲଚିତ ଭୋଡଫୁକନ ଆସାମର ପୂର୍ବବର୍ତ୍ତୀ ସେନାପତି ଥିଲେ । ଏହି ଯୁଦ୍ଧରେ ଔରଙ୍ଗଜେବଙ୍କ ନେତୃତ୍ୱରେ ମୁଗଲ ସେନାଙ୍କ ଆସାମ ଉପରେ କବ୍ଚା କରିବାର ପ୍ରୟାସ ବିଫଳ ହୋଇଥିଲା । ଏହି ବିଜୟକୁ ମନେପାକାଇବା ପାଇଁ ଆସାମରେ ୨୪ନଭେମ୍ବରକୁ ଲଚିତ ଦିବସ ରୂପେ ପାଳନ କରାଯାଇଥାଏ ।

Get real time updates directly on you device, subscribe now.