fbpx

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ASI

ବୌଦ୍ଧ(ଓଡ଼ିଶା ଭାସ୍କର): ଆଜିକାଲି ଦୁର୍ନୀତିଖୋର ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦତିନ କେହି ନ କେହି ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଏହାରି ମଧ୍ୟରେ ଖବର ମିଳିଛି କି, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଏଏସଆଇ ଅଧିକାରୀ ।

ସୂଚନା ମୁତାବକ, ଜହ୍ନପଙ୍କ ଫାଣ୍ଡି ଅଧିକାରୀ ବା ଏଏସଆଇ ମଦନ ମୋହନ ପ୍ରଧାନକୁ ଧରିଛି ଭିଜିଲାନ୍ସ । ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଏଏସଆଇ ବାବୁ । ପୂର୍ବମୁତାବକ ଯୋଜନା ଅନୁସାରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଭିଜିଲାନ୍ସ ଅଧିକାରୀ । ଠିକ୍ ଲାଞ୍ଚ ନେଉଥିବା ବେଳେ ମଦନଙ୍କୁ ମାଡ଼ିବସିଥିଲେ ଓ ପରେ ଥାନାକୁ ନେଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.