fbpx

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ୩ ଜୁଲାଇ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

Advertisement

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ୩ ଜୁଲାଇ ପର୍ଯ୍ୟନ୍ତ ବଢାଇଛନ୍ତି । ଏଥିସହ ଅବକାରୀ ନୀତି ମାମଲାରେ ଅଭିଯୁକ୍ତ ବିନୋଦ ଚୌହାନଙ୍କ ହେପାଜତକୁ ମଧ୍ୟ ବଢାଇ ଦିଆଯାଇଛି । ଦୁଇଜଣଙ୍କ ହେପାଜତ ଅବଧି ସମାପ୍ତ ହେବା ପରେ ସେମାନଙ୍କୁ ବୁଧବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ କୋର୍ଟରେ କହିଛନ୍ତି ଯେ, ବିନୋଦ ଚୌହାନଙ୍କୁ ବିଆରଏସ ନେତା କେ କବିତାଙ୍କ ପିଏ ଜରିଆରେ ୨୫ କୋଟି ଟଙ୍କା ମିଳିଥିଲା । ତାକୁ ଗୋଆ ନିର୍ବାଚନ ପାଇଁ ଅଭିଷେକ ବୋଇନପଲ୍ଲିଙ୍କ ଜରିଆରେ ଟଙ୍କା ମିଳିଥିଲା । ଏଥିସହ ସେ କହିଛନ୍ତି ଯେ, ଏହି ମାସର ଶେଷରେ ବିନୋଦଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯିବ । ତାଙ୍କୁ ମେ ମାସରେ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.