CHARIDHAM

କଟକ ପରେ ବ୍ରହ୍ମପୁରରେ ହେବନି ଅନଲାଇନ ମଦ ବିକ୍ରି

ବ୍ରହ୍ମପୁର,୨୪/୫(ଓଡିଶା ଭାସ୍କର): କଟକ ପରେ ପରେ ବ୍ରହ୍ମପୁରରେ ହେବନି ଅନଲାଇନ ମଦ ବିକ୍ରି। ଏନେଇ ନିଷ୍ପତ୍ତି ନେଇଛି ବ୍ରହ୍ମପୁର ମଦ ବ୍ୟବସାୟୀ ସଂଘ। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ସଂଘ। ଲକ୍‌ ଡାଉନ୍‌ ସରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ତେବେ ରାଜ୍ୟରେ ମଦର ହେମ୍ ଡେଲିଭରୀ ପାଇଁ ଅନୁମତି ମିଳିସାରିଛି । ଆଜିଠାରୁ ସାରା ରାଜ୍ୟରେ ମଦର ହୋମ୍ ଡେଲିଭରୀ ଆରମ୍ଭ ହୋଇଥିବା ବେଳେ କଟକରେ ଏହାକୁ ବିରୋଧ କରାଯାଇଥିଲା। କାଉଣ୍ଟରରେ ମଦ ବିକ୍ରି କରିବାକୁ ସରକାର ଅନୁମତି ଦେଇନଥିବାରୁ ସଂଘ ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଛି ।