fbpx

ଆଠ ମହଲା ତଳକୁ ଲିଫ୍ଟ ଖସି ଦୁର୍ଘଟଣା: ୭୦ ବର୍ଷୀୟ ବୃଦ୍ଧା ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନୋଏଡାର ସେକ୍ଟର -୧୩୭ରେ ଅବସ୍ଥିତ ପାରାସ୍ ଟାୟରା ସୋସାଇଟିରେ ଏକ ବଡ଼ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଏହି ସୋସାଇଟିରେ ଲିଫ୍ଟ ପତନ ହେତୁ ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ସୋସାଇଟିରେ ଟାୱାର -୨୪ ର ଲିଫ୍ଟ ମାଇନସ୍ ଦୁଇକୁ ଖସିଗଲା, ଯେଉଁ କାରଣରୁ ଲିଫ୍ଟରେ ଥିବା ମହିଳାଙ୍କର ମୃତ୍ୟୁ ଘଟିଛି। ଏହି ବିଷୟରେ ସୂଚନା ପାଇବା ମାତ୍ରେ ସୋସାଇଟିରେ ଉତ୍ତେଜନା ଦେଖାଦେଇଥିଲା। ଏଥିସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି।

ଘଟଣାସ୍ଥଳରେ, ପୋଲିସ ପହଁଚି ଲିଫ୍ଟରୁ ମହିଳାଙ୍କୁ ଉଦ୍ଧାର କରିଛି। କିଛିଦିନ ତଳେ ବେଙ୍ଗାଲୁରୁରେ ଜଣେ ବାଳକ ଲିଫ୍ଟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲେ। ସେହି ଘଟଣାଟି ସିସିଟିଭିରେ କାଏଦ ହୋଇଥିଲା। ଯାହାକି ସୋସିଆଲ ମିଡ଼ିଆରେ ଭାଇରଲ ଖୁବ ଜୋରରେ ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.