fbpx

ଅଣ ସବସିଡି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୨୫୦ ଟଙ୍କା ବଢ଼ିଲା

Advertisement

ନୂଆଦିଲ୍ଲୀ: ଆର୍ଥିକ ବର୍ଷର ପ୍ରଥମ ଦିବସରେ ଆଜି ଅଣ ସବସିଡି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ହୋଇଛି । ଅଣ ସବସିଡି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି । ଏହାଫଳରେ ଆଜିଠାରୁ ଦିଲ୍ଲୀରେ ୧୯ କିଲୋ ବିଶିଷ୍ଟ ସିଲିଣ୍ଡରର ଦାମ୍ ୨୨୫୩ ଟଙ୍କାରେ ପହଞ୍ଚିଛି । ଗତ ଦୁଇ ମାସ ମଧ୍ୟରେ ୧୯ କେଜିଆ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୪୬ ଟଙ୍କା ବଢ଼ିଥିବା ଜଣାପଡ଼ିଛି । ଗତ ମାସ ୨୨ ତାରିଖରେ ଏହି ସିଲିଣ୍ଡରର ମୂଲ୍ୟ ପ୍ରଥମେ ୧୦୫ ଟଙ୍କା ବୃଦ୍ଧି ପାଇଥିଲା ଓ ପରେ ୯ ଟଙ୍କା ହ୍ରାସ ପାଇଥିଲା ।

ଅନ୍ୟପକ୍ଷରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ । ନିକଟରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ପେଟ୍ରୋଲ, ଡିଜେଲ ଓ ଏଲପିଜିର ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଗତ ବର୍ଷ ଅକ୍ଟୋବର ୬ ତାରିଖ ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଥିଲା ।

ଆର୍ଥିକ ବର୍ଷର ପ୍ରଥମ ଦିବସରେ ଆଜି ଦିଲ୍ଲୀରେ ଘରୋଇ ସିଲିଣ୍ଡରର ମୂଲ୍ୟ ୯୪୯.୫୦, କୋଲକାତାରେ ୯୭୬, ମୁମ୍ବଇରେ ୯୪୯.୫୦ ଓ ଚେନ୍ନାଇରେ ୯୬୫.୫୦ ଟଙ୍କା ରହିଛି । ୧୯ କେଜି ବିଶିଷ୍ଟ ସିଲିଣ୍ଡର ଗତ ମାର୍ଚ୍ଚ ୧ରେ ୨୦୧୨ ଟଙ୍କା ରହିଥିବା ବେଳେ ମାର୍ଚ୍ଚ ୨୨ରେ ୨୦୦୩ ଟଙ୍କାକୁ ହ୍ରାସ ପାଇଥିଲା ।

Get real time updates directly on you device, subscribe now.