fbpx

ଗୋଡ଼ରୁ ରକ୍ତ, ବେକରେ କ୍ଷତ ହୋଇଥିବା ସତ୍ତ୍ୱେ ନୋରା କଲେ ”Kusu Kusu’ ଭିଡିଓ ଶୁଟ୍ , ଦେଖନ୍ତୁ BTS Video

ମୁମ୍ବାଇ: ନୋରା ଫତେହୀ ବଲିଉଡ୍ ର ଜଣେ ପରିଶ୍ରମୀ ଓ ଉଦୀୟମାନ ତାରକାମାନଙ୍କ ଭିତରୁ ଜଣେ । ସେ ନିଜର ଫ୍ୟାଶନ୍ ସେନ୍ସ ଓ ଡାନ୍ସ ଭିଡିଓକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ଏବେ ସେ ପୁଣିଥରେ ଏକ ମ୍ୟୁଜିକ୍ ଭିଡିଓକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ନୂଆ ମ୍ୟୁଜିକ୍ ଭିଡିଓ “କୁସୁ କୁସୁ”କୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି । ଦିଲବର୍-ଦିଲବର୍ ଭଳି ସତ୍ୟମେବ ଜୟତେ-୨ ଫିଲ୍ମର ଏହି ଗୀତ ହିଟ୍ ହୋଇଯାଇଛି । ଏମିତିବେ ଗୀତଟି ହିଟ୍ ହେବା ଯଥାର୍ଥ କାରଣ ପୂରା କ୍ରୁ ଟିମ୍ ଖୁବ୍ ପରିଶ୍ରମ କରିଛନ୍ତି । ଖାସ୍ କରି ନୋରା ଫତେହିଙ୍କୁ ଏହି ଗୀତ ଶୁଟିଂ ସମୟରେ କ୍ଷତର ଶିକାର ହେବାକୁ ପଡ଼ିଛି ।

ମ୍ୟୁଜିକ୍ ଭିଡିଓ “କୁସୁ କୁସୁ” ରିଲିଜ୍ ପରେ ନୋରା ଏହାର ବିଟିଏସ୍ ଭିଡିଓ ପୋଷ୍ଟ୍ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏହି ଭିଡିଓରେ ସେ ଶୁଟିଂ ସମୟରେ ହୋଇଥିବା କ୍ଷତ ସମ୍ପର୍କରେ କହୁଥିବା ଦେଖିବାକୁ ମିଳିଛନ୍ତି । ଗୀତରେ ନୋରା ହେଭି ବଡ଼ିସୁଟ୍ ପିନ୍ଧିଥିଲେ । ଏହାସହିତ ଯୋଡ଼ି ହୋଇଥିବା ଓଢ଼ଣୀ ତାଙ୍କ ହାର ସହିତ ବନ୍ଧା ହୋଇଥିଲା । ଶୁଟିଂ ସମୟରେ ହାର ତାଙ୍କ ବେକରେ ଫସିଯାଇଥିଲା । ଏହି କାରଣରୁ ତାଙ୍କ ବେକରେ କ୍ଷତ ହୋଇଥିଲା ବୋଲି ସେ କହିଛନ୍ତି ।

 

View this post on Instagram

 

A post shared by Nora Fatehi (@norafatehi)

ସେ କହିଛନ୍ତି ଯେ, ଏହା ହେଉଛି ତାଙ୍କର ସବୁଠାରୁ ଖରାପ ଅନୁଭୂତି । ଯାହାକୁ ସେ ଭୁଲି ପାରିବେ ନାହିଁ । ଖାଲି ସେତିକି ନୁହେଁ ଡ୍ରେସ୍ ସହିତ ସେ ଏକ ହାଇ ହିଲ୍ ପିନ୍ଧିଥିଲେ ଯାହା ତାଙ୍କ ଗୋଡ଼ରେ ବାରମ୍ବାର ଆଘାତ କରୁଥିଲା । ଯାହାପରେ ତାଙ୍କ ଗୋଡରୁ ରକ୍ତ ବାହାରିଥିଲା । ଏହାପରେ ବି ସେ ପାଦରେ ପଟି ବାନ୍ଧି ଶୁଟିଂ ଚାଲୁ ରଖିବାକୁ କହିଥିଲେ । ତେବେ ନୋରାଙ୍କ ସ୍ଥାନରେ ଆଉ କେହି ଥିଲେ ଶୁଟିଂ ବନ୍ଦ କରି ଦେବାକୁ କହିଥାନ୍ତା । ହେଲେ ନୋରା ଆଘାତ ପାଇବା ପରେ ଶୁଟିଂ ଜାରି ରଖିଥିଲେ ।

Get real time updates directly on you device, subscribe now.