fbpx

ୟୁକ୍ରେନ ଉପରେ ‘ପରମାଣୁ ବୋମା’ ପକାଇବ କି ରୁଷ? ୫୦୦ ବର୍ଷ ପୂର୍ବେ ନୋଷ୍ଟ୍ରଡାମସ୍ କରିଥିଲେ ଏପରି ଭବିଷ୍ୟବାଣୀ, କରୋନା ଓ ଇନ୍ଦିରାଗାନ୍ଧୀଙ୍କୁ ନେଇ ବି …

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଗତ ୧୦ ଦିନ ଧରି ଯୁଦ୍ଧ ଲାଗିରହିଥିବା ବେଳେ ୟୁକ୍ରେନର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଛି । ଦୁନିଆର ସର୍ବଶ୍ରେଷ୍ଠ ଭବିଷ୍ୟତବକ୍ତା ନୋଷ୍ଟ୍ରଡାମସ ପ୍ରାୟ ୫୦୦ ବର୍ଷ ପୂର୍ବେ ୨୦୨୨ ପାଇଁ ବଡ଼ ଭବିଷ୍ୟବାଣୀ କରିଥିଲେ । ନୋଷ୍ଟ୍ରଡାମସ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ କେବେ ବି ଭୁଲ ପ୍ରମାଣିତ ହୋଇ ନାହିଁ । ହିଟଲର ଶାସନ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ୯/୧୧ ଆତଙ୍କବାଦୀ ଆକ୍ରମଣ ଓ ଫ୍ରାନ୍ସ କ୍ରାନ୍ତିକୁ ନେଇ ନୋଷ୍ଟ୍ରଡାମସ କରିଥିବା ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଥିଲା । ନୋଷ୍ଟ୍ରଡାମସ ୧୪ ଡିସେମ୍ବର ୧୫୦୩ ରେ ଜର୍ମାନୀରେ ଜନ୍ମଗ୍ରହଣ କରିଥିବା ବେଳେ ୨ ଜୁଲାଇ ୧୫୬୬ ରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଆସନ୍ତୁ ଜାଣିବା କି ନୋଷ୍ଟ୍ରଡାମସ ରୁଷୋ-ୟୁକ୍ରେନ ଯୁଦ୍ଧ ବିଷୟରେ କ’ଣ ଭବିଷ୍ୟବାଣୀ କରିଥିଲେ?

ତେବେ ନୋଷ୍ଟ୍ରଡାମସ ତାଙ୍କ ପୁସ୍ତକରେ ରୁଷ-ୟୁକ୍ରେନ ଯୁଦ୍ଧର ଭବିଷ୍ୟବାଣୀ କରିଥିଲେ । ସେ ଲେଖିଥିଲେ କି, ‘ୟୁରୋପର ଏକ ଦେଶ ନିଜର ଶକ୍ତି ସହିତ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବ ଓ ଏଥିପାଇଁ ସେ ନିଜର ସୀମା ନିକଟରେ ଥିବା ଅନ୍ୟ ଏକ ଛୋଟ ଦେଶ ସହିତ ଯୁଦ୍ଧ କରିବ । ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିବ । ଅନେକ ଲୋକ ନିଜ ଘର ଛାଡି ଅନ୍ୟ ଦେଶକୁ ପଳାଇବାକୁ ବାଧ୍ୟ ହେବେ । ବୃହତ୍ ଦେଶର ଶାସକ ନିଜର ପରାଜୟ ଦେଖି ପରମାଣୁ ବୋମା ବ୍ୟବହାର କରିବାକୁ ମଧ୍ୟ ବିଚାର କରିବେ । କିନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଓ ତୃତୀୟ ବିଶ୍ୱଯୁଦ୍ଧ ହେବାର ଭୟ ଯୋଗୁଁ ସେ ଭୂମି ସ୍ତରରେ ଯୁଦ୍ଧ ଜାରି ରଖିବାକୁ ନିଷ୍ପତ୍ତି ନେବେ ଓ ପରେ ସେହି ଦେଶ ଉପରେ ବିଜୟ ଲାଭ କରିବେ ।’

ନୋଷ୍ଟ୍ରଡାମସ୍ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନେଇ କରିଥିବା ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ ପ୍ରମାଣିତ ହୋଇଛି । ନୋଷ୍ଟ୍ରଡାମସ୍ ଲେଖିଥିଲେ ଯେ ‘ନିଷ୍କାସିତ ମହିଳା’ ପୁନର୍ବାର କ୍ଷମତାରେ ରହିବେ । ଶତ୍ରୁମାନେ ତାଙ୍କ ବିରୁଦ୍ଧରେ ଏକ ଭୟଙ୍କର ଷଡ଼ଯନ୍ତ୍ର କରିବେ । ତିନି ବର୍ଷର ସ୍ମରଣୀୟ ସମୟ ପରେ ପ୍ରାୟ ସତୁରି ବର୍ଷ ବୟସରେ ତାଙ୍କର ମୃତ୍ୟୁ ହେବ । ତେବେ ୧୯୭୭ ସାଧାରଣ ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା ଓ ଜନତା ପାର୍ଟି କ୍ଷମତାକୁ ଆସିଲା । ୧୯୭୦ ରେ ଇନ୍ଦିରା ଗାନ୍ଧୀ ଜୋରଦାର ପ୍ରତ୍ୟାବର୍ତ୍ତନ କରି ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିଲେ । ଇନ୍ଦିରା ଗାନ୍ଧୀଙ୍କୁ ଯେବେ ତାଙ୍କ ସୁରକ୍ଷାକର୍ମୀମାନେ ଗୁଳି କରି ହତ୍ୟା କରିଥିଲେ, ସେବେ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଏପରି ନୋଷ୍ଟ୍ରଡାମସଙ୍କ ଦ୍ୱାରା ଭାରତର ରାଜନୀତି ଓ ଇନ୍ଦିରା ଗାନ୍ଧୀକୁ ନେଇ କରାଯାଇଥିବା ଭବିଷ୍ୟତବାଣୀ ସତ ପ୍ରମାଣିତ ହୋଇଥିଲା ।

କେବଳ ଏତିକୁ ନୁହେଁ, ପ୍ରାୟ ୫୦୦ ବର୍ଷ ପୂର୍ବେ ନୋଷ୍ଟ୍ରଡାମସ୍ କରୋନା ଭାଇରସକୁ ନେଇ ବିଶ୍ୱକୁ ଚେତାବନୀ ଦେଇଥିଲେ । ନୋଷ୍ଟ୍ରଡାମସ୍ ଲେଖିଥଲେ ଯେ, ‘୨୧ ଶତାବ୍ଦୀରେ ଦୁନିଆକୁ ଏକ ଏପରି ରୋଗ ନିଜ କବଜାକୁ ନେବ, ଯାହାଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହେବ । ଏହି ଭୟଙ୍କର ରୋଗ ଜଣେ ମଣିଷଠାରୁ ଅନ୍ୟ ଜଣଙ୍କୁ ଅତି ଦ୍ରୁତ ଗତିରେ ବ୍ୟାପିବ ଓ ସମଗ୍ର ବିଶ୍ୱ ଏହାଦ୍ୱାରା ପ୍ରଭାବିତ ହେବ । ୨୦୧୪ରେ ଏହି ମହାମାରୀ ସମ୍ପୂର୍ଣ୍ଣ ରୂପେ ବିଲୋପ ହୋଇଯିବ, ସେପର୍ଯ୍ୟନ୍ତ ଲୋକମାନଙ୍କୁ ଏହି ରୋଗରୁ ନିଜକୁ ବଞ୍ଚାଇବାକୁ ପଡିବ ।’

Get real time updates directly on you device, subscribe now.