2025କୁ ନେଇ ବଡ ଭବିଷ୍ୟବାଣୀ: ପୁଣି ଆସିବ ମହାମାରୀ, ଏହି ସ୍ଥାନରେ ବନ୍ୟା ରଚିବ ପ୍ରଳୟ

ନୂଆଦିଲ୍ଲୀ: ଷୋଡଶ ଶତାବ୍ଦୀର ଫରାସୀ ଜ୍ୟେତିର୍ବିଦ ତଥା ଭବିଷ୍ୟାକାର ନୋଷ୍ଟ୍ରାଡାମ ତାଙ୍କ ମୃତ୍ୟୁ ପୂର୍ବରୁ ଦେଇଥିବା ଭବିଷ୍ୟବାଣୀ ଲୋକଙ୍କୁ ସବୁବେଳେ ଆଶ୍ଚର୍ଯ୍ୟ କରିଥାଏ । ଯଦି ଦେଖିବା ନୋଷ୍ଟ୍ରାଡାମର ଅନେକ ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୋଇଛି । ଏପରି ପରିସ୍ଥିତିରେ ନୋଷ୍ଟ୍ରାଡାମ ଦ୍ବାରା ଆସନ୍ତା ବର୍ଷ ଅର୍ଥାତ୍ 2025 ପାଇଁ କରିଥିବା ଆକଳନ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି । ସେ 2025 ପାଇଁ କିଛି ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି । ଏଥିରେ ଯୁଦ୍ଧ, ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ, ଏକ ଦେଶରେ ବିପଦ ଏବଂ ପୃଥିବୀ ସହ ଏକ କ୍ଷୁଦ୍ର ଗ୍ରହ ମାଡ ହେବ ବୋଲି କୁହାଯାଇଛି ।

ଲଣ୍ଡନରେ ଭୀଷଣ ଅଗ୍ନିକାଣ୍ଡ, ହିଟଲର ଶାସନ, 9/11 ଆକ୍ରମଣ, କୋଭିଡ ମହାମାରୀ ଏବଂ ଜାପାନରେ ଘଟିଥିବା ଭୟଙ୍କର ଭୂକମ୍ପ ଭଳି ଘଟଣାଗୁଡ଼ିକର ପୂର୍ବାନୁମାନ ନୋଷ୍ଟ୍ରାଡମଙ୍କୁ ଶ୍ରେୟ ଦିଆଯାଇଛି । ତାଙ୍କର ପୁସ୍ତକ ଲେସ୍ ପ୍ରୋଫେଟିସ୍ 1555 ମସିହାର୍ ପ୍ରକାଶିତ ହୋଇଥିଲା । ଏଥିରେ 942ଟି ରହସ୍ୟମୟ ଛନ୍ଦ ରହିଥିଲା । ଏଥିରେ ବିଶ୍ବକୁ ନେଇ ଅନେକ ଭବିଷ୍ୟବାଣୀ କରାଯାଇଛି । ନୋଷ୍ଟ୍ରାଡାମ 2024 ପାଇଁ ପୂର୍ବାନୁମାନ କରିଥିଲେ ଯେ ଚଳିତ ବର୍ଷ ମାଳଦ୍ୱୀପ-ବିବାଦ ଜାରି ରହିବ । ଏହା ଋଷ-ୟୁକ୍ରେନ ଯୁଦ୍ଧ ସହିତ ଜଜିତ ରହିବ । କିନ୍ତୁ 2025 ମସିହାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଯୁଦ୍ଧର ସମାଧାନ ଆଣିପାରେ ବୋଲି କୁହାଯାଇଛି । ସେହିପରି ପୃଥିବୀ ସହିତ ଏକ କ୍ଷୁଦ୍ର ଗ୍ରହ ଧକ୍କା ହୋଇପାରେ । ବ୍ରହ୍ମାଣ୍ଡରୁ ଏକ ଲାଭା ଉଠିବ । ଏହାସହିତ ବ୍ରାଜିଲକୁ ଗାଡେମନ ଅଫ ଦ ଓ୍ବାର୍ଲ୍ଡ ସହିତ ତୁଳନା କରି ଦେଶକୁ ବଡ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିବ ବୋଲି କହିଛନ୍ତି । ବ୍ରାଜିଲରେ ବନ୍ୟା ସାଙ୍ଗକୁ ପୁଣି ଏକ ମହାମାରୀ ଆସିବ ବୋଲି ଭବିଷ୍ୟବାଣୀ କରାଯାଇଛି ।