ଏବେ ନୁହେଁ, ୪୦୦୦ ବର୍ଷରୁ ଗାଜା ଲୋକଙ୍କୁ ହତ୍ୟା ହେଉଛି: ସିକନ୍ଦର-ଫିରୋନ୍ ସମସ୍ତେ କରିଛନ୍ତି ଦମନଲୀଳା

ନୂଆଦିଲ୍ଲୀ: ଇସ୍ରାଏଲ ପକ୍ଷରୁ ଲଗାତାର ଗାଜା ଉପରେ ଆକ୍ରମଣ ଜାରି ରହିଛି । ଏହି ଯୁଦ୍ଧରେ ପ୍ରତିଦିନ ଶହ ଶହ ଲୋକଙ୍କ ମୃତ୍ୟୁ ଘଟୁଛି । ଲକ୍ଷ ଲକ୍ଷ ଲୋକ ନିଜର ଏବଂ ପରିବାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାଣପଣେ ଚେଷ୍ଟା କରୁଥିଲେ ମଧ୍ୟ ମୃତ୍ୟୁର ଇଲାକାରୁ ବଞ୍ଚିବା କଷ୍ଟକର ହୋଇ ପଡ଼ୁଛି । ଗାଜା ଆକାଶରେ କେବଳ ଧୂଆଁ ଉଡ଼ୁଥିବା ବେଳେ ସମଗ୍ର ସହରରେ ଛିଡ଼ା ହୋଇଛି ଭଙ୍ଗା କୋଠା । ତେବେ ଗାଜା ଉପରେ ଏହି ଆକ୍ରମଣ ବର୍ତ୍ତମାନ ନୁହେଁ, ବର୍ଷ ବର୍ଷରୁ ଗାଜା ଉପରେ ଏହି ଆକ୍ରମଣ ହେଉଥିବା ଜାଣିବାକୁ ମିଳିଛି । ଗାଜା ସହରର ଇତିହାସରେ ଅନେକ ଥର ଆକ୍ରମଣର କାହାଣୀ ଲେଖା ହୋଇଛି ।

ଗାଜା ସହରର ବର୍ତ୍ତମାନ ଯେମିତି ରହିଛି, ଏହାର ଅତୀତ ମଧ୍ୟ ଠିକ ସେହିପରି ରହିଛି । ବର୍ଷେ କି ଦୁଇ ବର୍ଷ ନୁହେଁ, ୪୦୦୦ ବର୍ଷ ପୂର୍ବରୁ ଗାଜାର ବାସିନ୍ଦା ମାନଙ୍କୁ ହତ୍ୟା କରାଯାଉଛି । ଇତିହାସ ଉପରେ ନଜର ପକାଇଲେ ଜଣାଯାଏ ଯେ, ବିଭିନ୍ନ ସମୟରେ ମିଶର, ଗ୍ରୀକ, ରୋମନ ଏବଂ ଅଟୋମନ ସାମ୍ରାଜ୍ୟର ଅଂଶ ହୋଇ ରହିଛି ଗାଜା । ସେହିପରି ଫିରୋନ ଏଠାରେ ଅନେକ ସମୟ ରାଜୁତି କରିଥିବା ବେଳେ ସିକନ୍ଦର ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଏଠାକାର ରାଜା ବନିଥିଲେ । ତେବେ ପ୍ରତ୍ୟେକ ଆକ୍ରମଣର ଶିକାର ହୋଇଛନ୍ତି ଗାଜାର ସରଳ ବାସିନ୍ଦା । ବାରମ୍ବାର ଆକ୍ରମଣ ଫଳରେ ଏହି ସହର ନଷ୍ଟ ହୋଇଥିବା ବେଳେ ଅନେକ ଥର ନୂଆ କରି ତିଆରି ହୋଇଛି ।

୩୦୦୦ ଇସାପୂର୍ବରେ ଗଡ଼ି ଉଠିଥିବା ଗାଜା ସହରର ପୂର୍ବ ନାମ ଥିଲା ଗଜାତ । ତେବେ ୧୯୪୮ ମସିହାରେ ଏହା ଉପରେ ପ୍ରଥମ ଥର ମିଶରର ଫିରୋନ ସେନାଙ୍କ ନଜର ପଡ଼ିଥିଲା । ପ୍ରାୟ ୩୫୦ ବର୍ଷ ପର୍ଯ୍ୟନ୍ତ ମିଶର ସାମ୍ରାଜ୍ୟର କବଜାରେ ରହିଥିଲା । ଏହାପରେ ୧୧୦୦ ଇସପୂର୍ବ ରାଜା ଡାଭିଡ ଏବଂ ୭୩୨ ଇସପୂର୍ବରେ ଅସିରିୟନ୍ ରାଜା ଟିଗଲାଥପିଲେସର ୩ ଏବଂ ଫରାସୀ ମଧ୍ୟ ଗାଜାକୁ କବଜା କରିଥିଲେ । ଏହାପରେ ୩୩୨ ଇସପୂର୍ବରେ ସିକନ୍ଦର ମଧ୍ୟ ଆକ୍ରମଣରେ ଏହି ସହରକୁ ବିଜୟ ଲାଭ କରିବା ପରେ ସହରରେ ଗ୍ରୀକ ମୁର୍ତ୍ତିର ପୂଜା ଆରମ୍ଭ ହୋଇଥିଲା । ଏହାପରେ ୟୁରୋପ, ମଧ୍ୟପୂର୍ବ ଏବଂ ଆଫ୍ରିକା ମଧ୍ୟ ବ୍ୟବସାୟର ବଡ଼ କେନ୍ଦ ପାଲଟିଥିଲା ଗାଜା ।

ଏହାପରେ ହେଡ୍ରିୟନ ଆକ୍ରମଣ କରି ରୋମନ ଶାସନର ଯୁଗ ଆରମ୍ଭ କରିଥିଲେ । ଇତିହାସ ଅନୁସାରେ, ସେହି ସମୟରେ ଏହି ସହରରେ ଖୁବ ଜନବହୁଳ ରହିଥିଲା । ପାଲେଷ୍ଟାଇନ୍, ରୋମନ, ମିଶରବାସୀ ଇତ୍ୟାଦି ଏକାସାଙ୍ଗରେ ରହୁଥିଲେ । ତେବେ କିଛି ବର୍ଷ ପରେ ୟେହୁଦୀମାନେ ଆକ୍ରମଣ କରିଥିଲେ । ୬୩୭ରେ ମୁସଲିମ ମୁସଲିମ ଜେନେରାଲ ଅମ୍ର ଇବନ ଅଲ ଆସ ଗାଜା ଉପରେ ବିଜୟ ପରେ ଏଠାରେ ପ୍ରମୁଖ ଧର୍ମ ପାଲଟିଥିଲା ଇସଲାମ । ଧର୍ମ ପରିବର୍ତ୍ତନ କରିବା ସହ ଏଠାକାର ଲୋକମାନଙ୍କ ଭାଷା ମଧ୍ୟ ଆରବୀକୁ ପରିବର୍ତ୍ତନ ହୋଇଥିଲା ।

୭୯୬ ଇସ୍ୱୀରେ ଆରବ ଜନଜାତୀୟ ଯୁଦ୍ଧ ପରେ ପୁଣିଥରେ ଗାଜାର ନିର୍ମାଣ କରାଯାଇଥିବା ବେଳେ ୧୬ତମ ଶତାବ୍ଦୀରେ ଗାଜା ଉପରେ ତୁର୍କୀମାନେ କବଜା କରି ନେଇଥିଲେ । ଏହାସହିତ ଅଟୋମନ ସାମ୍ରାଜ୍ୟର ମଧ୍ୟ ଏକ ଅଂଶ ପାଲଟିଥିଲା ଗାଜା ସହର । ଏହାପରେ ୧୯୧୭ ମସିହାରେ ବ୍ରିଟିଶ ଏହାକୁ କବଜାରେ ନେଇଲା । ତେବେ ୧୯୪୮ ମସିହାରେ ଯୁଦ୍ଧ ବିରାମ ଯୋଗୁଁ ଏହି ସହରକୁ ଇସ୍ରାଏଲ ଗାଜା ମିଶରର ସୈନ୍ୟ ଶାସନକୁ ଦିଆଯାଇଥିଲା । ସେହି ସମୟରେ ,ହାକୁ ନୋ ମେନ୍ସ ଲ୍ୟାଣ୍ଡ ବୋଲି କୁହାଯାଉଥିଲା ।