fbpx

କାହା କଥା ମାନିଲେନି: ଶେଷରେ ସ୍କୁଟି ସହ ଭାସିଗଲେ ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଦେଖିବାକୁ ମିଳିଛି । ଭୀଷଣ ବର୍ଷା କାରଣରୁ ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି । ଫଳରେ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସ୍ଥାନରେ ଘର ଭିତରେ ମଧ୍ୟ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ବର୍ଷାର ପରର ଏକ ଦୃଶ୍ୟ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଅସରାଏ ବର୍ଷାରେ ଉବୁଟୁବୁ ହୋଇ ପଡ଼ିଛି କୋରାପୁଟ ଜିଲ୍ଲାର ସେମିଳିଗୁଡା ସହର । ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣିର ପ୍ରଖର ସ୍ରୋତ ଦେଖିବାକୁ ମିଳିଛି । ତେବେ ଏହି ଜଳସ୍ରୋରେ ଫଶି ଯାଇଥିଲେ ଜଣେ ଯୁବକ । ପାଣି ଭିତରକୁ ଯିବାକୁ ଅନ୍ୟମାନେ ତାଙ୍କୁ ବାରମ୍ବାର ମନା କରିଥିଲେ । ମାତ୍ର ଯୁବକ ଜଣଙ୍କ କାହାର କଥାକୁ ନମାନି ଆଗକୁ ବଢ଼ିଥିଲେ । ଶେଷରେ ସେ ଜଳରେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଯୁବକ ଜଣଙ୍କ ଏକ ସ୍କୁଟି ଧରି ରାସ୍ତା ପାର ହେଉଥିବା ସମୟରେ ଗାଡ଼ି ସହ ନିଜେ ଭାସିଯାଇଥିଲେ । ସେ ନିଜକୁ ଓ ସ୍କୁଟିକୁ ନିୟନ୍ତ୍ରଣ କରିବାକୁ ବହୁତ ପରିଶ୍ରମ କରିଥିଲେ । ମାତ୍ର ତାହାକୁ ଅଟକାଇ ପାରିନଥିଲେ । ଯୁବକ ଜଣଙ୍କ କିଛି ସମୟ ପାଇଁ ସ୍କୁଟିରୁ ଅଲଗା ହୋଇଯିବା ସହ ଜଳସ୍ରୋତରେ ଭାସିଯାଇଥିଲେ । ଯୁବକ ଜଣଙ୍କ ଏଭଳି ପରିସ୍ଥିତିରେ ରହିଥିବା ସମୟରେ ଅନ୍ୟ ଜଣେ ଯୁବକ ତାଙ୍କ ନିକଟକୁ ଦୌଡ଼ିଯାଇ ତାଙ୍କୁ ସହାୟତା କରିଥିଲେ । ଟ୍ରକ ପରି ବଡ଼ ଯାନ ସେହି ପାଣିରେ ସହଜରେ ପାର ହୋଇଯାଇଥିଲା, ମାତ୍ର ସ୍କୁଟି ଅଟକି ଯାଇଥିଲା । ରାସ୍ତାଘାଟରେ ଜଳ ଯେଉଁ ମାତ୍ରାରେ ପ୍ରବାହିତ ହେଉଛି ଗାଡ଼ିନେଇ ଯାତ୍ରା କରିବା ନିଶ୍ଚିତ ଭାବେ ବିପଜ୍ଜନକ ।

Get real time updates directly on you device, subscribe now.