fbpx

ସରେଣ୍ଡର ନୁହେଁ, ଗିରଫ ହୋଇଛନ୍ତି ଅମୃତପାଲ ସିଂହ, ପଞ୍ଜାବ ପୋଲିସ ଜାରି କଲେ ପ୍ରଥମ ବିବୃତ୍ତି

ଚଣ୍ଡିଗଡ: ଖାଲିସ୍ଥାନ ସମର୍ଥକ ଅମୃତପାଲ ସିଂହ ୩୫ ଦିନ ପର୍ଯ୍ୟନ୍ତ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା କର୍ମୀଙ୍କ ଆଖିରୁ ନିଦ ହଜାଇ ଦେଇଥିବା ବେଳେ ଆଜି ପୋଲିସ କଦଜାରେ ଥିବା କଥା ସାମ୍ନାକୁ ଆସିଛି । ତେବେ ପଞ୍ଜାବର କୁଖ୍ୟାତ ଖାଲିସ୍ଥାନୀ ନେତାଙ୍କୁ ଜେନେରାଲ ଭିଣ୍ଡାରୱାଲ ପୈତୃକ ଗ୍ରାମରେ ପୋଲିସ ତାଙ୍କୁ ଧରିଛନ୍ତି । ତାଙ୍କୁ ଗିରଫ କରିବା ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଗୁରୁଦ୍ୱାରରେ ସମ୍ବୋଧନ କରିବାର ଭିଡିଓ ସାମ୍ନାକୁ ମଧ୍ୟ ଆସିଥିଲା । ଏହାରି ମଧ୍ୟରେ ଅମୃତ ପାଲଙ୍କୁ ଗିରଫ କରାଯାଇଥିଲା ।

ସୂଚନା ଅନୁଯାୟୀ, ପୋଲିସ ଦାବି କରିଛି ଯେ, ପଳାତକ ଅମୃତପାଲଙ୍କୁ ଗିରଫ କରାଯାଇଛି, ସେ ସରେଣ୍ଡର କରି ନଥିଲେ । ପଞ୍ଜାବ ପୋଲିସଙ୍କ ଦାବି ପୂର୍ବରୁ ମିଡିଆ ରିପୋର୍ଟସ ଥିଲା କି ଗୁରୁଦ୍ୱାରାର ଜଥୈଦାର ପୋଲିସଙ୍କୁ ଅମୃତ ପାଲ ରହିଥିବାର ସୂଚନା ଦେଇଥିଲେ । ଯେତେବେଳେ ସେହି ସ୍ଥାନରେ ପୋଲିସ ପହଁଚିଥିଲେ ସେଠାରେ ଅମୃତପାଲ ସରେଣ୍ଡର କରିଥିଲେ ।

ପଞ୍ଜାବ ପୋଲିସ ଅମୃତପାଲଙ୍କୁ ଗିରଫ କରି ଅସମର ଡିବ୍ରୁଗୋଢ ଜେଲ ପଠାଇଥିଲେ । ସେହି ଜେଲରେ ଅମୃତପାଲଙ୍କ ସମସ୍ତ ସାଙ୍ଗମାନେ ଅଛନ୍ତି । ପଞ୍ଜାବ ପୋଲିସ ଏନେଇ ଆଜି ସ୍ପଷ୍ଟ କରିଛି ଯେ, ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ସକାଳୁ ସକାଳୁ ଗିରଫ ହୋଇଛନ୍ତି ଏବଂ ଏଥିରେ ସେ ନିଜେ ଆତ୍ମସମର୍ପଣ କରିନାହାନ୍ତି । ପୋଲିସ କହିବା ଅନୁସାରେ ଅମୃତପାଲ ରୋଡଗାଁରେ ଥିଲା । ଯେତେବେଳେ ତାଙ୍କ ପାଖରେ ଖସିଯିବାର ଅନ୍ୟ କୌଣସି ବିକଳ୍ପ ନଥିଲା । ତେବେ ତାଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.