fbpx

ଫ୍ରେଞ୍ଚ୍ ଓପନ ୨୦୨୪ରୁ ଓହରିଲେ ନୋଭାକ୍ ଜୋକୋଭିକ୍‌, ଏହି କାରଣରୁ ଭାଙ୍ଗିଗଲା ସ୍ୱପ୍ନ

ନୂଆଦିଲ୍ଲୀ: ସର୍ବିଆର ଟେନିସ ଷ୍ଟାର ଏବଂ ଫ୍ରେଞ୍ଚ୍ ଓପନର ବର୍ତ୍ତମାନର ଚମ୍ପିଆନ ନୋଭାକ୍ ଜୋକୋଭିକ୍ ଫ୍ରେଞ୍ଚ୍ ଓପନ୍ ୨୦୨୪ରୁ ଓହରିଯାଇଛନ୍ତି । ସୋମବାର ବିଶ୍ୱ ରାକିଂର ୨୩ତମ ସ୍ଥାନରେ ଥିବା ଫ୍ରାନସିସକୋ ସେରୁଣ୍ଡୋଲୋଙ୍କ ବିପକ୍ଷରେ ହୋଇଥିବା ମୁକାବିଲାରେ ତାଙ୍କୁ ଆଘାତ ଲାଗିଥିଲା । କହିରଖୁଛୁ ୨୦୨୩ ଫ୍ରେଞ୍ଚ୍ ଓପନରେ ଜୋକୋଭିକ୍ ଚମ୍ପିଆନ ରହିଥିଲେ ।

ନୋଭାକ୍ ଜୋକୋଭିକ୍ ଫ୍ରେଞ୍ଚ୍ ଓପନ୍ ୨୦୨୪ରୁ ଓହରିବା ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ମୁଁ ଏହା ଘୋଷଣା କରି ଅତ୍ୟନ୍ତ ଦୁଃଖିତ ଯେ ମୋତେ ରୋଲାଣ୍ଡ ଗେରୋସରୁ ଓହରିବାକୁ ପଡ଼ୁଛି । ମୁଁ ହୃଦହୟର ସହ କାଲିର ମ୍ୟାଚ୍ ଖେଳିଛି ଏବଂ ନିଜର ସର୍ବଶ୍ରେଷ୍ଠ ଦେଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ମୋ ଡାହାଣ ଆଣ୍ଠୁରେ ମେନିସ୍କସ୍ ଟିୟର ଯୋଗୁଁ ଦଳ ସହ ଗମ୍ଭୀରତାର ସହ ବିଚାର କରିବା ପରେ ମୋତେ ଏଭଳି କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ସପ୍ତାହ ଫ୍ରେଞ୍ଚ୍ ଓପନରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ମୋର ଶୁଭକାମନା । ପ୍ରସଂଶକଙ୍କ ଭଲପାଇବା ଏବଂ ନିରନ୍ତର ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ।

ବୁଧବାର ୨୪ ଥର ଗ୍ରାଣ୍ଡ ସ୍ଲାମ୍ ଚମ୍ପିଆନ ଟାଇଟଲ ଜିତିଥିବା ଜୋକୋଭିକ୍ ବୁଧବାର ଦୁଇ ଥର ଫ୍ରେଞ୍ଚ୍ ଓପନ୍ ଜିତିଥିବା ଉପ ବିଜେତା କ୍ୟୋସପର ରୁଡଙ୍କ ସହ ମୁକାବିଲା କରିଥାନ୍ତେ । ରୁଡଙ୍କୁ ବର୍ତ୍ତମାନ ୱାକ୍‌ଓଭର ମିଳିଯାଇଛି ଏବଂ ସେମିଫାଇନାଲରେ ତାଙ୍କ ମୁକାବିଲା ରେଙ୍କିରେ ଚତୁର୍ଥ ସ୍ଥାନରେ ଥିବା କାବିଜ୍ ଆଲେକଜେଣ୍ଡର ଜ୍ୱେରେବ କିମ୍ବା ୧୧ତମ ସ୍ଥାନରେ ଥିବା ଖେଳାଳି ଏଲେକ୍ସ ଡି ମିନୌରଙ୍କ ସହ ହେବ ।

 

Get real time updates directly on you device, subscribe now.