fbpx

ୟୁଏସ୍ ଓପନ ଫାଇନାଲରେ ନୋଭାକ ଜୋକୋଭିଚ୍, ଇତିହାସ ରଚିବାକୁ ଆଉ ଗୋଟିଏ ପାଦ ଦୂରରେ ଏକ ନମ୍ବର ଖେଳାଳି

Advertisement

ନ୍ୟୁୟର୍କ : ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ସର୍ବିଆର ନୋଭାକ ଜାକୋଭିଚ ସେମି ଫାଇନାଲରେ ଜର୍ମାନୀର ଆଲେକଜାଣ୍ଡାର ଜ୍ୱେରେଭଙ୍କୁ ହରାଇ ବର୍ଷର ଶେଷ ଗ୍ରାଣ୍ଡ ସ୍ଲାମ ୟୁଏସ ଓପନର ଫାଇନାଲରେ ପହଞ୍ଚି ଯାଇଛନ୍ତି । ଜୋକୋଭିଚ ସେମି ଫାଇନାଲରେ ଜ୍ୱେରେଭଙ୍କଠୁ ପ୍ରଥମ ସେଟ ହାରିବା ପରେ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରି ୪-୬, ୬-୨, ୬-୪, ୪-୬, ୬-୨ ସେଟରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ଉଲ୍ଲେଖନୀୟ ଜ୍ୱେରେଭ ହେଉଛନ୍ତି ସେହି ଖେଳାଳି ଯିଏ ଟୋକିଓ ଅଲିମ୍ପିକ୍ସରେ ଜୋକୋଭିଚକୁ ପରାସ୍ତ କରିଥିଲେ ।

ଏଥିସହ ଜୋକୋଭିଚ୍ କ୍ୟାଲେଣ୍ଡର ସ୍ଲାମ ପୁରା କରିବାଠୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି । ଜୋକୋଭିଚ୍ ଯଦି ଫାଇନାଲ ଜିତିବାରେ ସଫଳ ହୁଅନ୍ତି ତେବେ ସେ ୧୯୬୯ରେ ରୋଡ୍ ଲେଭେରଙ୍କ ପରେ ଗୋଟିଏ ସିଜିନରେ ଚାରି ବଡ ଟାଇଟଲ୍ ଜିତିବାରେ ପ୍ରଥମ ଟେନିସ୍ ଖେଳାଳି ହେବାର ରେକର୍ଡ କରିବେ । ଏଥିସହ ଜୋକୋଭିଚ୍ ରୋଜର ଫେଡେରରଙ୍କ ବରାବର ୩୧ତମ ଗ୍ରାଣ୍ଡ ସ୍ଲାମ ଫାଇନାଲରେ ପହଞ୍ଚିଛନ୍ତି ।

 

ଫାଇନାଲରେ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳିଙ୍କ ମୁକାବିଲା ଦ୍ୱିତୀୟ ସିଡ୍ ଡେନିଲ ମେଦଭେଦେବଙ୍କ ସହ ହେବ । ଜୋକୋଭିଚ୍ ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ ଓପନ ଓ ୱିମ୍ବିଲଣ୍ଡନ ଟାଇଟଲ୍ ଜିତିଛନ୍ତି । ଯଦି ୟୁଏସ ଓପନ ଜିିତିବାରେ ସଫଳ ହୁଅନ୍ତିତ ତେବେ ଜୋକୋଭିଚ ନିଜ କ୍ୟାରିୟରରେ ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିବେ ।

ଯଦି ଏମିତି ହୁଏ ତେବେ ଜୋକୋଭିଚ୍ ପୁରୁଷ ଏକକ ବର୍ଗରେ ସର୍ବାଧିକ ଗ୍ରାଣ୍ଡ ସ୍ଲାମ ଜିତିବାର ରେକର୍ଡ କରିବେ । ବର୍ତ୍ତମାନ ସେ ରୋଜର ଫେଡେରର ଏବଂ ରାଫେଲ ନାଡାଲଙ୍କ ସହ ୨୦-୨୦ ଗ୍ରାଣ୍ଡ ସ୍ଲାମ ଜିତି ମିଳିତ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି । ଜୋକୋଭିଚ୍ କହିଛନ୍ତି, ଏହି ମୁହୂର୍ତ୍ତ ପାଇଁ ମୁଁ ସଭିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଏହା ଏମିତି ଏକ ମୁହୂର୍ତ୍ତ ଯାହା ପାଇଁ ମୁଁ ଆଜି ଜିତିଛି । ଏହା ମୋ ପାଇଁ ଏକ ବିରଳ ସୁଯୋଗ, ଯାହାକୁ ନେଇ ମୁଁ ପ୍ରତିଦିନ ସ୍ୱପ୍ନ ଦେଖେ । ମୁଁ ମୋର ଆଗାମୀ ମ୍ୟାଚକୁ ଠିକ୍ ଏହି ପରି ଗ୍ରହଣ କରିବି ଯେମିତି ଏହା ମୋ କ୍ୟାରିୟରର ଶେଷ ମୁକାବିଲା ।

Get real time updates directly on you device, subscribe now.