ନୂଆଦିଲ୍ଲୀ :କରୋନା ଟିକାକୁ ନେଇ ଭାରତ ପାଇଁ ଆସିଛି ଆଉ ଏକ ବଡ଼ ଖୁସିଖବର । ନୋଭାଭାକ୍ସର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ମଞ୍ଜୁରି ଦେଇଛି । ଏହି ଟିକା ୧୨ରୁ ୧୭ ବର୍ଷ ପିଲାଙ୍କୁ ଦିଆଯିବ । ନାଭାଭାକ୍ସର ଏହି ଟିକାକୁ NVX-CoV2373 ନାଁରେ ଜଣାଯାଏ । ଭାରତରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବା ଏସଆଇଆଇ ଏହି ଟିକାକୁ ପ୍ରସ୍ତୁ କରୁଛି । ଭାରତରେ ଏହାକୁ କୋଭାଭାକ୍ସ ବ୍ରାଣ୍ଡ ନାମରେ ଜଣାଯିବ । ଏହା ହେଉଛଇ ପ୍ରଥମ ପ୍ରୋଟିନ୍ ଆଧାରିତ ଟିକା ।
କୋଭାଭାକ୍ସ ଏବେ ଦେଶର ଚତୁର୍ଥ ଟିକା, ଯାହାକି ଭାରତରେ ୧୨ ବଷର୍ରୁ ଅଧିକ ବୟସର ପିଲାମାନଙ୍କୁ ଦିଆଯିବ । ଏହାପୂବର୍ରୁ ଭାରତରେ ୧୨ ବର୍ଷ ବୟସରୁ ଅଧିକ ପିଲାମାନଙ୍କ ଉପରେ ବୟୋଲୋଜିକାଲ୍ ଇ’ର କୋରବେଭ୍ୟାକ୍ସ, ଜିଡସ୍ କ୍ୟାଡିଲାଙ୍କ ZyCoV-D ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ ବ୍ୟବହାର କରାଯାଉଛି । ନାଭାଭକ୍ସ ଗତ ମାସରେ କହିଥିଲା ଯେ, ତାଙ୍କ ଟିକା ୮୦ ପ୍ରତିଶତ ପ୍ରଭାବଶାଳୀ । ଭାରତରେ ୧୨ ରୁ ୧୭ ବର୍ଷ ବୟସର ୨,୨୪୭ ପିଲାଙ୍କ ଉପରେ ଏହି ଟିକା ପରୀକ୍ଷା କରାଯାଇଥିଲା ।