fbpx

ଆଜିକାଲି ଲୋକମାନେ ଆଉ ଫିଲ୍ମ ଗୀତ ଶୁଣୁନାହାନ୍ତି: ଶାନ

ମୁମ୍ବାଇ, ୯ା୩: ବଲିଉଡର ପ୍ରଖ୍ୟାତ ଗାୟକ ଶାନଙ୍କ ମତରେ ଆଜିକାଲିର ଲୋକମାନେ ଫିଲ୍ମ ଗୀତ ଶୁଣିବାକୁ ଆଉ ପସନ୍ଦ କରୁନାହାନ୍ତି । ଅତୀତରେ ଫିଲ୍ମ ଗୀତଗୁଡ଼ିକ ଯେପରି ପ୍ରସିଦ୍ଧ ଥିଲା, ଆଜିକାଲି ଆଉ ସେପରି ଦେଖିବାକୁ ମିଳୁନାହିଁ । ଶାନ କହିଛନ୍ତି ଯେ, ଯେତେବେଳେ ସେ ପ୍ଲେବ୍ୟାକ ଗୀତ ଗାଉଥିଲେ, ସେତେବେଳେ ସେ ଫିଲ୍ମ ଗୀତକୁ ନେଇ ଆଲୋଚନା କରୁଥିଲେ । ବର୍ତ୍ତମାନ ସମୟରେ ଗୋଟିଏ ବଡ଼ ଚଳଚ୍ଚିତ୍ରର କେବଳ ଗୋଟିଏ କିମ୍ବା ଦୁଇଟି ଗୀତ ଶ୍ରୋତାଙ୍କର ଦୃଷ୍ଟି ଆକର୍ଷଣ କରୁଛି ।

ଶାନ କହିଛନ୍ତି ଯେ, ବିଗତ ବର୍ଷ ସେ ଚାରୋଟି ଗୀତ ରେକର୍ଡିଂ କରିଥିଲେ, ଯାହା ବିଷୟରେ ଲୋକମାନେ ଜାଣିନାହାନ୍ତି । ଆଜିକାଲି ନୂଆ ନୂଆ ସିଙ୍ଗର ଆସିଲେଣି । ନୂଆ ପୀଢ଼ିଙ୍କ ପାଇଁ ସିନିୟର୍ସମାନେ ରାସ୍ତା ତିଆରି କରିବା ଉଚିତ । ଜଣେ ଗାୟକ ସର୍ବଦା ଗୋଟିଏ ସ୍ଥାନରେ ରହିପାରିବ ନାହିଁ । ମାତ୍ର ଦୀର୍ଘ ସମୟ ଧରି ଗୀତ ଗାଇ ଶ୍ରୋତାଙ୍କ ହୃଦୟରେ ରହିଥିବାରୁ ସେ ଚିର କୃତଜ୍ଞ ବୋଲି ଶାନ କହିଥିଲେ ।

Get real time updates directly on you device, subscribe now.