fbpx

ମହଙ୍ଗା ହେବ ମଦ, ଲାଗୁ ହେବାକୁ ଯାଉଛି ନୂଆ ପଲିସି: ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ନୂଆ ଏକ୍ସାଇଜ୍ ପଲିସି ଲାଗୁ କରିବାକୁ ଯାଉଛନ୍ତି । ଫଳରେ ମଦ ୧୦ ପ୍ରତିଶତ ମହଙ୍ଗା ହୋଇପାରେ । ଆସନ୍ତା ନଭେମ୍ବର ୧୭ରୁ ଘରୋଇ ଦୋକାନଗୁଡ଼ିକ ଖୋଲିବାକୁ ଯାଉଥିବା ବେଳେ ମଦର ଏହି ବର୍ଦ୍ଧିତ ଦର ଲାଗୁ ହେବାର ସମ୍ଭାବନା ରହିଛି । ମଦର ମୂଲ୍ୟ ୮ରୁ ୯ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଦିଲ୍ଲୀ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ସୂଚନା ବୁତାବକ, ନୂଆ ଅବକାରୀ ନୀତି ୨୦୨୧-୨୨ ଅନୁଯାୟୀ ଅବକାରୀ ଶୁଳ୍କ ଓ ମୂଲ୍ୟ ସହିତ ଲାଇସେନ୍ସକୁ ଯୋଡ଼ି ଦିଆଯାଇଛି । ଭାରତୀୟ ଓ ବିଦେଶୀ ମଦର ମୂଲ୍ୟରେ ସଂଶୋଧିତ ପାରାମିଟର ଯୋଗୁଁ ହୋଲସେଲର ମୂଲ୍ୟ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ କେଜ୍ରିୱାଲ ସରକାର ଦିଲ୍ଲୀରେ ନୂଆ ଅବକାରୀନୀତି ଘୋଷଣା କରିଥିଲେ । ଏହଫଳରେ ମଦ୍ୟପାନ କରିବାର ନ୍ୟୁନତମ ବୟସସୀମା ୨୫ରୁ ହ୍ରାସ କରାଯାଇ ୨୧ ବର୍ଷ କରାଯାଇଥିଲା । ମଦ୍ୟପାନ ଓ କିଣିବା ଉପରେ ବୟସ ହ୍ରାସ କରିବା ନେଇ ପୂର୍ବରୁ ଦାବି କରାଯାଉଥିଲା । ତେଣୁ ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶ ପରି ଦିଲ୍ଲୀରେ ଏହି ନିୟମ ଲାଗୁ କରାଯାଇଥିଲା । ୨୦୧୬ ମସିହା ପରଠାରୁ ଦିଲ୍ଲୀରେ କୌଣସି ନୂଆ ମଦ ଦୋକାନ ଖୋଲିନଥିବା ବେଳେ ଆଗକୁ ମଧ୍ୟ ଖୋଲିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ ।

Get real time updates directly on you device, subscribe now.