fbpx

ଏଣିକି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ମିଳିବ ଜାତି ପ୍ରମାଣପତ୍ର, ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ପ୍ରକ୍ରିୟା

ନୂଆଦିଲ୍ଲୀ: ଏଣିକି ସ୍କୁଲମାନଙ୍କରେ ତିଆରି ହେବ ଜାତି ପ୍ରମାଣପତ୍ର । ଆସନ୍ତା ୨୯ ତାରିଖ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏନେଇ ବିଧାନସଭା ଅଧିବେଶନରେ ଘୋଷଣା କରିଛନ୍ତି । ଆଗକୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକରେ ଜାତି ପ୍ରମାଣପତ୍ର ପ୍ରସ୍ତୁତ କରାଯିବ । ତେବେ ଏହି ସୁବିଧା କେବଳ ୮ମ ଓ ୯ମ ଶ୍ରେଣୀ ପାଇଁ ନୁହେଁ ସମସ୍ତ ଶ୍ରେଣୀର ପିଲାମାନେ ଏଥିରେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜାତି ପ୍ରମାଣପତ୍ର ପାଇଁ ଆବଶ୍ୟକ ହେଉଥିବା ସ୍ୱ-ଘୋଷଣାପତ୍ରକୁ ନେଇ ବିଜେପି ବିଧାୟକ ନୀଳକଣ୍ଠ ପ୍ରଶ୍ନ ଉଠାଇଥିଲେ । ବାଂଲାଦେଶରୁ ଆସୁଥିବା ଲୋକଙ୍କ ପାଇଁ ସ୍ୱ-ଘୋଷଣାପତ୍ର ରହିଛି ମାତ୍ର ସ୍ଥାନୀୟ ଲୋକଙ୍କ ପାଇଁ ଏହା ଉପଲବ୍ଧ ନଥିବା ସେ କହିଥିଲେ । ତେବେ ସରକାର ଏନେଇ ପ୍ରସ୍ତୁତି ଚଳାଇଥିବା ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଥିଲେ । ବିଧାନସଭାରେ ଜେପିଏସସି ମୁଦ୍ଦାକୁ ନେଇ ସରକାର ଓ ବିପକ୍ଷ ଦଳ ବିଜେପି ମଧ୍ୟରେ ବାକବିତଣ୍ଡା ଦେଖିବାକୁ ମିଳିଥିଲା । ଜେପିଏସସି-ସିଭିଲ ସେବା ପରୀକ୍ଷାରେ ହୋଇଥିବା ଗଡ଼ବଡ଼ିକୁ ନେଇ ଗୃହରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏହାପାରେ ଭାଜପା ସଦସ୍ୟମାନେ ଗୃହରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ଗୃହର ଅଧ୍ୟକ୍ଷ ଗୃହକୁ ଦ୍ୱିପ୍ରହର ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

Get real time updates directly on you device, subscribe now.