fbpx

ଏବେ Whatsappରେ ମିଳିବ Covid Vaccination Certificate, ଫଲୋ କରନ୍ତୁ ଏହି ୩ଟି ଷ୍ଟେପ୍

ନୂଆଦିଲ୍ଲୀ: ଏଣିକି ଆପଣମାନେ ସହଜରେ ନିଜର ହ୍ୱାଟସଆପରେ କୋଭିଡ୍ ଭ୍ୟାକ୍ସିନେସନ ସାର୍ଟିଫିକେଟ୍ ପାଇପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର ୩ଟି ଷ୍ଟେପ୍ ଫଲୋ କରି ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ । ସଂପ୍ରତି ସମଗ୍ର ଦେଶରେ କୋଭିଡ-୧୯ ଭ୍ୟାକ୍ସିନେସନ ଜାରି ରହିଥିବା ବେଳେ ୫୦ କୋଟିରୁ ଅଧିକ ଲୋକ ଟିକା ନେଇ ସାରିଲେଣି । ଟିକା ନେବା ପରେ ସାର୍ଟିଫିକେଟ ପାଇବାକୁ ନେଇ ସାଧାରଣ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା । କାରଣ ଏଥିପାଇଁ ପୂର୍ବରୁ କୋ-ୱିନ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବା ସହ ଓଟିପି ସମ୍ପର୍କିତ ସମସ୍ୟା ମଧ୍ୟ ଦେଖାଦେଉଥିଲା । ମାତ୍ର ଏବେ ଆପଣଙ୍କୁ ସହଜରେ ହ୍ୱାଟସଆପରେ ଏହି ସାର୍ଟିଫିକେଟ୍ ମିଳିପାରିବ । ସାଧାରଣତଃ କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ଭ୍ୟାକ୍ସିନେସନ ସାର୍ଟିଫିକେଟ ଜରୁରୀ ହୋଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କ ଅଫିସ ତରଫରୁ ଏ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦିଆଯାଇଛି । କୁହାଯାଇଛି ଯେ, ଏବେ ସହଜରେ ୩ଟି ଷ୍ଟେପରେ MyGov କରୋନା ହେଲପ୍ ଡେସ୍କ ଜରିଆରେ କୋଭିଡ୍-୧୯ ଟିକାକରଣ ପ୍ରମାଣପତ୍ର ପାଇପାରିବେ । ଏହାସହିତ ଏକ ନମ୍ବରକୁ କଲ୍ କରି ଆପଣ ମଧ୍ୟ ଏହି ସାର୍ଟିଫିକେଟ୍ ପାଇପାରିବେ । ବର୍ତ୍ତମାନ ଦେଶରେ ଦୈନିକ ୫୫ ଲକ୍ଷ ୯୧ ହଜାର ୬୫୭ ଲକ୍ଷ ଡୋଜ୍ ଦିଆଯାଉଥିବା ବେଳେ ମୋଟ ୫୦ କୋଟି ୬୮ ଲକ୍ଷ ୧୦ ହଜାର ୪୯୨ ଜଣ ଟିକା ନେଇ ସାରିଛନ୍ତି । ଏହାପୂର୍ବରୁ ସାର୍ଟିଫିକେଟ୍ ପାଇଁ କୋ-ୱିନ୍ ପୋର୍ଟାଲ, ଆରୋଗ୍ୟ ସେତୁ ଆପ, ଉମଙ୍ଗ ଆପ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ସରକାରଙ୍କ ଏହି ଘୋଷଣା ପରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.