ଓଡିଶା ଭାସ୍କର; କପର ୱାଟର ବା ତମ୍ବା ପାଣି ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ। ଆପଣ ଏହି କପର ୱାଟର ପିଇବାକୁ ଚାହୁଁଥିଲେ ଆପଣଙ୍କୁ ମାର୍କେଟ ଯିବାକୁ ପଡ଼ିବନି କିମ୍ୱା ଏହାକୁ କିଣିବାକୁ ପଡ଼ିବନି। ଆପଣ ପିଉଥିବା ସାଧାରଣ ପାଣିକୁ ଏକ କପର ବା ତମ୍ବା ପାତ୍ରରେ ପିଇବା ଦ୍ୱାରା ତାହା ଆପଣଙ୍କ ପାଇଁ କପର ୱାଟର ପାଲଟିଯାଏ। ଯାହାକି ଏଥିରେ ଔଷଧିୟ ଗୁଣରେ ଭରପୁର ରହିଛି। ଖାସକରି ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା , ତାହା ଅନେକ ରୋଗ ବେମାରୀରୁ ଶରୀରକୁ ରକ୍ଷା କରିବାରେ ସାହାଯ୍ୟ କରେ। କୁହାଯାଏ ସ୍ୱାସ୍ଥ୍ୟର ସଫଳତା କ୍ଷେତ୍ରରେ କପର ୱାଟର ହେଉଛି ଏକ ଚାବି କାଠି । ତେବେ ଆସନ୍ତୁ ଜାଣିବା ତମ୍ବା ପାତ୍ରରେ ପାଣି ବା କପର ପାଣି ପିଇବା ଫଳରେ ଆମକୁ କେଉଁ ସବୁ ଉପକାରୀତା ମିଳିଥାଏ।
- ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା ଏହା, ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଜୀବାଣୁ ସହିତ ଲଢ଼ିବା ପାଇଁ ସାହାଯ୍ୟ କରେ କ୍ଷ
- ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା, ଏହା ପେଟକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏହା ସହ ତମ୍ବା ପାଣି ହଜମ ପ୍ରକ୍ରିୟାରେ ଉନ୍ନତି ମଧ୍ୟ ଆଣିଥାଏ ।
- ଏସିଡିଟି, ଗ୍ୟାସ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ ଏହି ତମ୍ବା ପାତ୍ର ପାଣି ।
- ରାତିରେ ତମ୍ବା ପାତ୍ରରେ ପାଣି ରଖି ସକାଳୁ ପିଇବା ଫଳରେ ଆପଣଙ୍କ ଓଜନ ହ୍ରାସ କରିବାରେ ତାହା ସାହାଯ୍ୟ କରିଥାଏ । ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଆପଣ ଏହାର ଫାଇଦା ଉଠାଇ ପାରିବେ।
- ମସ୍ତିଷ୍କକୁ ଶାନ୍ତ ରଖିବା ସହିତ, ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ତମ୍ବା ପାତ୍ରର ପାଣି ।
- ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ ତମ୍ବା ପାତ୍ର ପାଣି । ସେହିପରି ତମ୍ବା ପାତ୍ର ପାଣି କ୍ଷତକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରେ ।
- କୋଲେଷ୍ଟ୍ରଲ କମ୍ କରିବା ସହିତ, ହୃତପିଣ୍ଡକୁ ସୁସ୍ଥ ରଖିବାରେ ବେଶ ସହାୟକ ହୁଏ ତମ୍ବା ପାତ୍ର ପାଣି ।