fbpx

ଏଣିକି Flipkart ଏବଂ PhonePeର ଆସିବ IPO, ପ୍ରସ୍ତୁତିରେ ବ୍ୟସ୍ତ ଅଛିି ୱାଲମାର୍ଟ

ନୂଆଦିଲ୍ଲୀ: ଦେଶର ଆଇପିଓ ମାର୍କେଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ସପ୍ତାହରେ କୌଣସି ନା କୌଣସି କମ୍ପାନୀ ଷ୍ଟକ ମାର୍କେଟରେ ଏହାର ଆଇପିଓ ଲଞ୍ଚ୍ କରୁଛି । ବିର୍ତ୍ତମାନ ଇ-କମର୍ସ ସେକ୍ଟରର ବିଶିଷ୍ଟ କମ୍ପାନୀ ଫ୍ଲିପକାର୍ଟ(Flipkart) ଏବଂ ଡିଜିଟାଲ ପେମେଣ୍ଟ ସେକ୍ଟରର ବଡ଼ କମ୍ପାନୀ ଫୋନ୍ ପେ(PhonePe) ନିଜ ଆଇପିଓ ଲଞ୍ଚ୍ କରିବା ପ୍ରସ୍ତୁତିରେ ଅଛନ୍ତି । ଫ୍ଲିିପକାର୍ଟ ଏବଂ ଫୋନ୍ ପେ’ର ପ୍ୟାରେଣ୍ଟ କମ୍ପାନୀ ୱାଲମାର୍ଟ(Walmart) ମଧ୍ୟ ଆଇପିଓ ଲଞ୍ଚ୍ କରିବାର ଇଚ୍ଛା ପ୍ରକାଶ କରିଛି । ଏନେଇ ୱାଲମାର୍ଟର ଏକଜେକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ଡେନ୍ ବାର୍ଟଲେଟ(Dan Bartlett) ସୂଚନା ଦେଇଛନ୍ତି ।

ୱାଲମାର୍ଟର ଏକଜେକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ଡେନ୍ ବାର୍ଟଲେଟ୍ ଶେୟାରହୋଲ୍ଡରର୍ସ ମିଟିଂକୁ ସମ୍ବୋଧିତ କରି କହିଥିଲେ ଯେ ଆସନ୍ତା ୨ ବର୍ଷ ମଧ୍ୟରେ ଆମେ ଫ୍ଲିପକାର୍ଟ ଏବଂ ଫୋନ ପେ’ର ଆଇପିଓ ଲଞ୍ଚ୍ କରିବାକୁ ଯାଉଛୁ । ଫ୍ଲିପକାର୍ଟ ଏକ ପ୍ରତିଷ୍ଠିତ ବ୍ୟବସାୟ ହୋଇଥିବାରୁ ପ୍ରଥମେ ଏହାର ଆଇପିଓ ଲଞ୍ଚ୍ ହେବ । ଏହା ପୂର୍ବରୁ ଅନେକ ପୂର୍ବ ପ୍ରସ୍ତୁତି କରିବାକୁ ପଡ଼ିବ । ଏହି ଆଇପିଓ ଗୁଡ଼ିକୁ ଭାରତୀୟ ଷ୍ଟକ୍ ମାର୍କେଟ କିମ୍ବା ଅନ୍ୟ କୌଣସି ସ୍ଥାନରେ ତାଲିକାଭୁକ୍ତ କରାଯିବ ନା ନାହିଁ ସେ ବିଷୟରେ କିଛି ନିଶ୍ଚିତ କରିନାହୁଁ ।

 

 

Get real time updates directly on you device, subscribe now.