fbpx

ଏଣିକି ଘର ତିଆରି ହୋଇଯିବ ମହଙ୍ଗା, ବଢ଼ିଗଲା ସିମେଣ୍ଟ ମୂଲ୍ୟ

ନୂଆଦିଲ୍ଲୀ: ଏଣିକି ଘର କିମ୍ବା ଦୋକାନ, ବିଲ୍ଡିଂ, କମର୍ସିଆଲ ପ୍ରପର୍ଟୀ ଇତ୍ୟାଦି ନିର୍ମାଣ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଘର ତିଆରି ପାଇଁ ସବୁଠୁ ଅଧିକ ଦରକାର ପଢୁଥିବା ଜିନିଷ ସିମେଣ୍ଟର ଦରବୃଦ୍ଧି ହୋଇଛି । କାରଣ ଗତ ମାସ ଅପେକ୍ଷା ଚଳିତ ମାସରେ ସିମେଣ୍ଟ କମ୍ପାନୀ ଦାମ୍‌ ବଢାଇଛନ୍ତି । ସିମେଣ୍ଟ ଦାମ୍‌ ୧୨ ରୁ ୧୩ % ବୃଦ୍ଧି କରିଛି ସବୁ କମ୍ପାନୀ। ମୌସୁମୀ ବିଳମ୍ବରେ ଆସିବା ଯୋଗୁ ସିମେଣ୍ଟ ଦର ବୃଦ୍ଧ ହୋଇଛି । ଏଥିପାଇଁ ଲୋକଙ୍କୁ ଘର ତିଆରି କରିବା ପାଇଁ ଏବେ ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ ।

ସିମେଣ୍ଟ ଦର ବୃଦ୍ଧି ଯୋଗୁ ଭାରତରେ ୫୦ କିଲୋ ସିମେଣ୍ଟର ମୂଲ୍ୟ ୩୮୨ ଟଙ୍କାରେ ପହଞ୍ଚିଛି । ଉତ୍ତର-ପୂର୍ବ ଅଞ୍ଚଳରେ ସିମେଣ୍ଟର ଏକ ବସ୍ତା ୩୨୬ ଟଙ୍କା ରୁ ୪୦୦ ଟଙ୍କା ମୂଲ୍ୟରେ ପହଞ୍ଚିଛି । କିନ୍ତୁ ବର୍ଷା ଋତୁରେ ଘର ତିଆରି କମ୍ ହେବା ଯୋଗୁ ସିମେଣ୍ଟ ଦର ହ୍ରାସ ହୋଇଥାଏ । ହେଲେ ସେପ୍ଟେମ୍ୱରରେ ଏହାର ମୂଲ୍ୟ ବୃଦ୍ଧି ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ସିମେଣ୍ଟ ତିଆରି କରୁଥିବା କମ୍ପାନୀ ଏବଂ ବଢୁଥିବା ଦର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ବର୍ଷା ଋତୁ ଶେଷ ହୋଇଯିବ, ସେବେ ସିମେଣ୍ଟର ମୂଲ୍ୟରେ ଆହୁରି ବୃଦ୍ଧି ହୋଇପାରେ ବୋଲି ଏକ୍ସପର୍ଟ ଅନୁମାନ କରୁଛନ୍ତି ।

ସୂଚନା ମୁତାବକ, ପ୍ରାୟ ୩ ମାସ ମଧ୍ୟରେ କୋଇଲା ମୂଲ୍ୟ ୧୫ % ଏବଂ ପେଟ୍‌କୋଟ୍‌ ମୂଲ୍ୟ ୨୮ % ବୃଦ୍ଧି ହୋଇଛି । ହେଲେ କିଛି ବର୍ଷରେ ଏହାର ଦର ହ୍ରାସ ମଧ୍ୟ ହୋଇଛି । ୨୦୨୪ ମଧ୍ୟରେ ଏହି ସବୁ ଜିନିଷର ଦର ଆହୁରି ବୃଦ୍ଧି ପାଇପାରେ । ୨୦୨୫ରେ ସିମେଣ୍ଟର ଚାହିଦା ଅଧିକ ବଢିପାରେ ବୋଲି ଅନୁମାନ କରାଯାଉଛି ।

ଏକ୍ସପର୍ଟସଙ୍କ କହିବା ମୁତାବକ, ଏହି ଭଳି ଯଦି ସିମେଣ୍ଟ ମୂଲ୍ୟ ରହିଲା, ତେବେ ଟନ୍ ପିଛା ୮୦୦ ରୁ ୯୦୦ ଟଙ୍କା ଲାଭ ହେବା ବଦଳରେ ୧୨୦୦ ରୁ ୧୩୦୦ ଟଙ୍କା ଟନ୍ ପିଛା ରୋଜଗାର ହେବାର ସମ୍ଭାବନା ରହିଛି ।

ଖବର ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ଦୁର୍ବଳ ହେବା ପରେ ଏହାର ଶେଷ ହେବାର ସମୟ ପାଖେଇ ଆସୁଛି ଏବଂ ସେପ୍ଟେମ୍ବର ମାସରେ ସିମେଣ୍ଟ କମ୍ପାନୀଗୁଡିକ ଭଲ ଚାହିଦା ପାଇବେ ବୋଲି ଆଶା କରାଯାଉଛି । ଯଦି ସିମେଣ୍ଟ କମ୍ପାନୀଗୁଡିକର ଲାଭ ଉପରେ ଏହାର ପ୍ରଭାବ ଦେଖାଯାଏ, ତେବେ ଉଚ୍ଚ ମୂଲ୍ୟ କେତେ ଦିନ ରହିବ ତାହା ଦେଖିବାକୁ ପଡିବ ।

Get real time updates directly on you device, subscribe now.