ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଅଗ୍ରଗତି କରିବା ସହ ବୈଜ୍ଞାନିକମାନେ ନିରନ୍ତର ଭାବେ ଗବେଷଣା କରି ଅସମ୍ଭବକୁ ସମ୍ଭବ କରିପାରୁଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ କମାଲ୍ କରିଛନ୍ତି । ଏହି ଟେକନିକକୁ ଉପଯୋଗ କରି ମଣିଷ ଏଣ୍ଡୁଅ ପରି ମଧ୍ୟ ନିଜର ରଙ୍ଗ ବଦଳାଇ ପାରିବ । ଚୀନର ବୈଜ୍ଞାନିକମାନେ ବିକଶିତ କରିଥିବା ଏହି ମ୍ୟାଟେରିଆଲ ଆଖାପାଖର ଆଲୋକକୁ ଆଧାର କରି ରଙ୍ଗ ବଦଳାଇବାରେ ସକ୍ଷମ ହେବ । ଏହି ଟେକ୍ନୋଲୋଜିକୁ ପ୍ରତିରକ୍ଷା ଠାରୁ ଆରମ୍ଭ କରି ଫ୍ୟାସନ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି ।
ସାଧାରଣ ଭାବେ ଏଣ୍ଡୁଅକୁ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି କୁହାଯାଇଥାଏ । କାରଣ ଏଣ୍ଡୁଅ ବୃକ୍ଷଲତାର ଗହଳି ଭିତରେ ଥାଇ ନିଜକୁ ଲୁଚାଇ ପାରିଥାଏ । ଆଖପାଖରେ ରଙ୍ଗ ଯାହା ହୋଇଥିବ, ଏଣ୍ଡୁଅ ନିଜର ଶରୀରର ରଙ୍ଗକୁ ସେହି ଅନୁସାରେ ବଦଳାଇ ପାରିଥାଏ । ତେବେ ଏବେ ମଣିଷ ମଧ୍ୟ ଏଣ୍ଡୁଅ ଭଳି ଏହି ରଙ୍ଗର ଖେଳ ଖେଳିପାରିବ । ସେଲଫ-ଆଡପ୍ଟିଭ ଫଟୋକ୍ରୋମିଜମ (ସାପ) ଟେକ୍ନୋଲୋଜି ମାଧ୍ୟମରେ ବୈଜ୍ଞାନିକମାନେ ଆଜି ଏପରି ଏକ ଅସମ୍ଭବକୁ ସମ୍ଭବ କରିବାକୁ ଯାଉଛନ୍ତି । ବୈଜ୍ଞାନିକମାନେ ବିକଶିତ କରିଥିବା ଏହି ମ୍ୟାଟେରିଆଲ ବିଭିନ୍ନ କ୍ଷେତ୍ରରେ ଉପଯୋଗ ହୋଇ ପାରିବ ।
ଚୀନର ଇଲେକ୍ରୋଟନିକ ବିଜ୍ଞାନଓ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ୱାଙ୍ଗ ଓ ତାଭ୍କର ଟିମ ଏହି ସାପକୁ ଆବିଷ୍କାର କରିଛନ୍ତି । ଏହା ଏପରି ଏକ ଟେକନିକ, ଯାହା ଆଲୁଅ ହିସାବେର ରଙ୍ଗ ବଦଳାଇବାରେ ସକ୍ଷମ କରାଇଥାଏ । ଗବେଷକମାନେ ସାପ ଘୋଲକୁ ଏକ କଣ୍ଟେନରରେ ଲାଲ, ସବୁଜ ଓ ହଳଦିଆ ଏକ୍ରେଲିକ ବକ୍ସରେ ରଖିଥିଲେ । ୩୦ରୁ ୮୦ ସେକେଣ୍ଡ ମଧ୍ୟରେ ସେହି ମ୍ୟାଟେରିଆଲ ନିଜ ଆଖାପାଖର ପରିବେଶ ସହିତ ତାଳମେଳ କରିନେଇଥିଲା ।
ଏହି ସାମଗ୍ରୀଗୁଡ଼ିକୁ ଆକଳନ କରିବା ପାଇଁ ବୈଜ୍ଞାନିକମାନେ ଦୁଇଟି ଟେଷ୍ଟ କରିଥିଲେ । ପ୍ରଥମ ଟେଷ୍ଟରେ ସାପର ଘୋଲର ଏକ କଣ୍ଟେନରରେ ଲାଲ, ସବୁଜ ଓ ହଳଦିଆ ଏକ୍ରେଲିକ ବକ୍ସରେ ରଖିଥିଲେ । ଉକ୍ତ ମ୍ୟାଟେରିଆଲ ମାତ୍ର ୩୦-୮୦ ସେକେଣ୍ଡ ମଧ୍ୟରେ ପରିବେଶ ସହ ଖାପଖୁଆଇ ନେଇଥିଲା । ଦ୍ୱିତୀୟ ଟେଷ୍ଟରେ ବୈଜ୍ଞାନିକମାନେ ସାପ ସଲ୍ୟୁସନର ଏକ ଭରା କଣ୍ଟେନରକୁ ଲାଲ, ସବୁଜ ଓ ହଳଦିଆ ରଙ୍ଗ ଥିବା ପରିବେଶରେ ରଖିଥିଲେ । ତେବେ ଏସଏପି ଘୋଲ ପାଖାପାଖି ୧ ମିନିଟ୍ ଭିତରେ ନିଜର ରଙ୍ଗକୁ ନିଜ ଆପାଖାପାଖର ପରିବେଶ ସହ ବଦଳାଇ ଦେଇଥିଲା । ଆଗକୁ ବୈଜ୍ଞାନିକାମନେ ବାଇଗଣୀ ଓ ନୀଳ ରଙ୍ଗକୁ ସାମିଲ କରିବାକୁ ପ୍ରୟାସ କରିବେ ।