Breaking: ଏବେ ଆଉ BSKY ନୁହେଁ, ଚାଲୁ ହେବ ଆୟୁଷ୍ମାନ ଭାରତ କାର୍ଡ, ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସୁବିଧା ପାଇବେ ଓଡ଼ିଶାବାସୀ। ଏହାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ। ଗୃହରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଭୁବନେଶ୍ୱର: ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଗଲା BSKY କାର୍ଡ। ଏଣିକି ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସୁବିଧା ପାଇବେ ଓଡ଼ିଶାବାସୀ। ଏହି ଯୋଜନା ମିଳିତ ଭାବେ ଲାଗୁ ହୋଇଛି। ଆଉ ଏହାକୁ କ୍ୟାବିନେଟ୍ ମଞ୍ଜୁରୀ ମଧ୍ୟ ମିଳିଲା। ଏନେଇ ଗୃହରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ରାଜ୍ୟ କ୍ୟାବିନେଟରେ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ ହୋଇଛି। ପୂର୍ବରୁ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଯୋଜନା ସରିଥିଲା। କେବଳ କ୍ୟାବିନେଟ୍ ମଞ୍ଜୁରୀକୁ ଅପେକ୍ଷା ଥିଲା।
ଆଉ ଏବେ କ୍ୟାବିନେଟ୍ ମଞ୍ଜୁରୀ ବି ମିଳିଗଲା। ଏଣିକି ଏହି ଯୋଜନା ଦ୍ୱାରା କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇବେ ହିତାଧିକାରୀ। ରାଜ୍ୟରେ ୩ କୋଟି ୪୬ ଲକ୍ଷ ଲୋକ ହେବେ ଉପକୃତ। ପରିବାର ପିଛା ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷର ଚିକିତ୍ସା ସୁବିଧା ମିଳିବ।
ଏହାଛଡ଼ା ୭୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଲାଗୁ ହେଲା। ଦେଶର ୨୯ ହଜାର ମେଡିକାଲରେ ସୁବିଧା ମିଳିବ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିଲା। ଏହାସହ ରାଜ୍ୟରେ ସଡ଼କ ନୀତିକୁ ମଧ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରି ନେଇ ନିୟମ ସଂଶୋଧିତ ହୋଇଛି।