fbpx

ଏଣିକି UPIରେ ଭଏସ୍ କମାଣ୍ଡ୍ ଦେଇ ପଠାଇ ହେବ ଟଙ୍କା

ନୂଆଦିଲ୍ଲୀ: ଏବେ ୟୁପିଆଇ ଟଙ୍କା ପ୍ରେରଣକୁ ଆହୁରି ସରଳ କରିବ । ଏହି ନୂଆ ଫିଚର ଜରିଆରେ ଖୁବ୍ ଶୀଘ୍ର ଟେକ୍ସଟ୍ ଆଧାରିତ କମାଣ୍ଡ ପରିବର୍ତ୍ତେ ଭଏସ୍ ଆଧାରିତ ଇନପୁଟ୍ ବ୍ୟବହାର କରି ପେମେଣ୍ଟ କରିପାରିବେ ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିକଟରେ ଗ୍ଲୋବାଲ ଫିନଟେକ୍ ଫେଷ୍ଟ ୨୦୨୩ ସମୟରେ ୟୁପିଆଇରେ ପେମେଣ୍ଟ ଭଳି ଅନେକ ନୂଆ ଫିଚର ଲଞ୍ଚ କରିଛନ୍ତି । ଏନପିସିଆଇ ଅନୁଯାୟୀ, ନେଣଦେଣକୁ ତ୍ୱରାନ୍ୱିତ କରିବା ପାଇଁ ଉପଭୋକ୍ତାମାନେ ଫଣ୍ଡ ଟ୍ରାନ୍ସଫର କରିବା ଏବଂ ୟୁପିଆଇ ପିନ୍ ଇନପୁଟ୍ କରିବା ପାଇଁ ଭଏସ୍ କମାଣ୍ଡ ଦେଇପାରିବେ ।

ଏନପିସିଆଇ ପକ୍ଷରୁ ସେପ୍ଟେମ୍ବର ୬ରେ ଜାରି କରାଯାଇଥିବା ଏକ ସର୍କୁଲାରରେ କୁହାଯାଇଛି ଯେ ୟୁପିଆଇରେ ଭଏସ୍ ପେମେଣ୍ଟ ସେବା ଦ୍ୱାରା ଉପଭୋକ୍ତାମାନେ ୟୁପିଆଇ ଆପ୍, ଟେଲିକମ୍ କଲ୍ ଏବଂ ଇଣ୍ଟରନେଟ୍ ଅଫ୍ଥି ଙ୍ଗ୍ସ (ଆଇଓଟି) ଡିଭାଇସ୍ ମାଧ୍ୟମରେ ଭଏସ୍-ଏନାବଲ୍ଡ ୟୁପିଆଇ ପେମେଣ୍ଟ୍ ସକ୍ଷମ କରିପାରିବେ ।

ଅନ୍ୟପଟେ ଭାରତର ପ୍ରଥମ UPI ଏଟିଏମ୍ ଲଞ୍ଚ କରାଯାଇଛି। ହିତାଚି ଲିମିଟେଡର ଏକ ସହାୟକ କମ୍ପାନୀ ୟୁପିଆଇ ପେମେଣ୍ଟ ସର୍ଭିସେସ୍ ଏଟିଏମ୍ ଲଞ୍ଚ କରିଛି । ଏହି ସୁବିଧା ସାହାଯ୍ୟରେ, ବର୍ତ୍ତମାନ ଆପଣ ଡେବିଟ୍ କିମ୍ବା ଏଟିଏମ୍ କାର୍ଡ ବ୍ୟବହାର ନକରି UPI ମାଧ୍ୟମରେ ATM ରୁ ଟଙ୍କା ଉଠାଇ ପାରିବେ । ଭାରତର ଲୋକଙ୍କୁ ଏହି ସୁବିଧା ଯୋଗାଇବା ପାଇଁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସହଯୋଗରେ UPI ATMକୁ ହ୍ୱାଇଟ ଲେବଲ୍ ଏଟିଏମ୍ (WLA) ଭାବରେ ପରିଚିତ କରାଇଛି । ଏହି ଏଟିଏମ୍ ଉପଭୋକ୍ତାମାନଙ୍କୁ ଏକାଧିକ ଆକାଉଣ୍ଟରୁ UPI ଆପ୍ ମାଧ୍ୟମରେ କାରବାର କରିବାକୁ ଅନୁମତି ଦେଉଛି ।

Get real time updates directly on you device, subscribe now.