fbpx

ଏବେ ହାତରେ ନୁହେଁ ପାଟିରେ ନେବେ କରୋନା ଟିକା , ବୈଜ୍ଞାନିକଙ୍କ ପକ୍ଷରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ଚୀନରେ ପୁଣିଥରେ କରୋନା ଫେରିବା ଘଟଣା ପୂରା ବିଶ୍ୱକୁ ଭୟଭୀତ କରି ରଖିଛି । ତେଣୁ ବୈଜ୍ଞାନିକମାନେ ବର୍ତ୍ତମାନ ଭ୍ୟାକ୍ସିନକୁ ନେଇ ଅନେକ ପ୍ରକାର ରିସର୍ଚ୍ଚ କରୁଛନ୍ତି । ଭ୍ୟାକ୍ସିନ ସାଧାରଣତଃ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଇଥାଏ, ହେଲେ ବୈଜ୍ଞାନିକମାନେ କରୋନାର ଏପରି ଭ୍ୟାକ୍ସିନ ବାହାର କରୁଛନ୍ତି ଯାହାକି ମଣିଷ ପାଟି ସାହାଯ୍ୟରେ ନେଇ ପାରିବ । ଗବେଷକମାନେ ଭ୍ୟାକ୍ସିନକୁ ନେଇ ଏପରି ପ୍ରଚେଷ୍ଟା ଜାରି ରଖିଛନ୍ତି ଯାହାକି ଗଭୀର ରୋଗ ନୁହେଁ ସଂକ୍ରମଣରୁ ମଧ୍ୟ ଆମକୁ ଯେପରି ରକ୍ଷା କରିବ । କରୋନା ଟିକା ହାତରେ ନ ନେଇ କେବଳ ପିଇବାକୁ ପଡ଼ିବ ତେବେ ଏହା ଅତ୍ୟନ୍ତ ସହଜ ହେବ ।

ସିଏନଇଟି ରିପୋର୍ଟ ଅନୁସାରେ, ବୈଜ୍ଞାନିକ ମାନେ ବର୍ତ୍ତମାନ ମ୍ୟୁକୋଜାଲ୍ ଟିକା ଉପରେ ଧ୍ୟାନ ଦେଉଛନ୍ତି । ଯେଉଁଥିରେ ନାଜାଲ ବା ଶ୍ୱାସକ୍ରିୟା ଟିକା ଅନ୍ତର୍ଭୁକ୍ତ । ଯାହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି । ଏହା ବ୍ୟତୀତ କ୍ୟୁୱାଇଏନଡିଆର ପରି ମୌଖିକ ଟୀକା ‘ଶ୍ୱିସ୍ ଏବଂ ନିଗଲ’ ସାମିଲ ଅଛନ୍ତି । ଏହାର ମଧ୍ୟ ପ୍ରଥମ ପର୍ଯ୍ୟାୟ ଟ୍ରାୟଲ ସରିସାରିଛି । କିନ୍ତୁ ଏହି ଗୁଡିକ ବଜାରରେ ପ୍ରଚଳିତ ହେବା ପାଇଁ ଅର୍ଥ ଦରକାର ।

ଆମେରିକାର ସ୍ପିସିଆଲିଟି ଫର୍ମୁଲାସର ପ୍ରତିଷ୍ଠାଙ୍କ କହିବା କଥା ଅନୁସାରେ, କ୍ୟୁୱାଇଏନଡିଆର ଟିକାକୁ ‘କିଣ୍ଡର’ କୁହାଯାଏ । କାରଣ ଏହି ଟୀକା ନେବା ପ୍ରଣାଳୀ ଅତ୍ୟନ୍ତ ସହଜ । ନ୍ୟୁଜିଲ୍ୟାଣ୍ଡର କ୍ଲିନିକାଲ ପରୀକ୍ଷା ପାଇଁ ବୈଜ୍ଞାନିକମାନଙ୍କର ବହୁତ ଆଶା ଅଛି । ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ଟିକା ପାଇଁ ଅନୁସନ୍ଧାନ ଜାରି ରହିଛି ।

Get real time updates directly on you device, subscribe now.