fbpx

ପୁଣି ଥରେ ଅଡୁଆରେ ପଡିଲେ ଟ୍ରମ୍ପ, ଆଡଲ୍ଟ ଷ୍ଟାରଙ୍କ ପରେ ଏବେ ପୂର୍ବତନ ସ୍ତମ୍ଭକାର ଲଗାଇଲେ ଗଣ ଦୁଷ୍କର୍ମ ଅଭିଯୋଗ

ନ୍ୟୁୟର୍କ: ଆମେରିକାରେ ଆସନ୍ତା ବର୍ଷ ପାଇଁ ରାଷ୍ଟ୍ରପତି ପଦରେ ନିର୍ବାଚନ ହେବାକୁ ଯାଉଛି । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂନର୍ବାର ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ହେଲେ ଏହା ପୂର୍ବରୁ ପୁଣି ଥରେ ସେ ଅସୁବିଧାରେ ଫସିଥିବାର ନଜର ଆସିଛନ୍ତି । ମଙ୍ଗଳବାର ଦିନ ପୂର୍ବତନ କଲୁମନିଷ୍ଟ ଇ ଜୀନ କୈରୋଲଙ୍କ ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ କାରୋଲ ନ୍ୟୁୟର୍କର ଏକ ଖଣ୍ଡପୀଠକୁ କହିଥିଲେ ଯେ, ଟ୍ରମ୍ପ ତାଙ୍କୁ ବଳାତ୍କାର କରିଥିଲେ ଏବଂ ପରେ ତାଙ୍କୁ ଅପମାନ ଜନକ ମନ୍ତବ୍ୟ ଦେଇ ଥଟ୍ଟା କରିଥିଲେ ।

ସୂଚନା ଅନୁଯାୟୀ, କାରୋଲ କହିଛନ୍ତି ଯେ, ଟ୍ରମ୍ପ ୧୯୯୬ ମସିହାରେ ନ୍ୟୁୟର୍କ ଡିପାର୍ଟମେଣ୍ଟ ଷ୍ଟୋରର ଚେଜିଙ୍ଗ ରୁମରେ ତାଙ୍କ ସହ ଏପରି ଗଣ ଦୁଷ୍କର୍ମ କରିଥିଲେ ଏବଂ ଅଭିଯୋଗ ସାର୍ବଜନୀନ ହେବାପରେ ଏକ ବହିରେ ମିଛ ଅଭିଯୋଗ ହୋଇଛି । ସେ ପୁଣି କହିଛନ୍ତି ‘ମୁଁ ଏହି ଯାଗାରେ ଠିଆ ହୋଇଛି କାରଣ ଡୋନାଲ୍ଡ ଡ୍ରମ୍ପ ମୋ ସହିତ ଗଣ ଦୁଷ୍କର୍ମ କରିଛନ୍ତି ଏବଂ ଯେତେବେଳେ ମୁଁ ତାଙ୍କ ବିଷୟରେ ଲେଖିଥିଲି ସେତେବେଳେ ସେ କହିଥିଲେ, ମୁଁ ଏପରି ବ୍ୟକ୍ତି ନୁହେଁ । ସେ ମିଛ କହିଛନ୍ତି ଏବଂ ମୋର ପ୍ରତିଷ୍ଠାନକୁ ଭାଙ୍ଗି ଦେଇଛନ୍ତି । ମୁଁ ଏଠାରେ ମୋ ଜୀବନ ପୂନର୍ବାର ପାଇବାକୁ ଚେଷ୍ଟା କରୁଛି ।’

ଯଦିଓ ଟ୍ରମ୍ପ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଏଥି ସହିତ ଜଜ୍ ଟ୍ରମ୍ପଙ୍କୁ ତାଙ୍କ ସୋସିଆଲ ମିଡିଆ ସାଇଟ ଟ୍ରୁଥ ସୋସିଆଲରେ ପୋଷ୍ଟ ନକରିବାକୁ ଚେତାବନୀ ଦେଇଛନ୍ତି। ସୋସିଆଲ ସାଇଟରେ ଟ୍ରମ୍ପ କାରୋଲଙ୍କ ଅଭିଯୋଗକୁ ‘ନିର୍ମିତ ସ୍କାମ’ ଏବଂ ‘ଯାଦୁକରୀ’ ବୋଲି କହିଛନ୍ତି। ଜଜ୍ ଟ୍ରମ୍ପଙ୍କ ପୋଷ୍ଟକୁ ‘ସମ୍ପୂର୍ଣ୍ଣ ଅନୁପଯୁକ୍ତ’ ବୋଲି କହିଛନ୍ତି।

 

Get real time updates directly on you device, subscribe now.