ଏବେ ପୁଣି ପଞ୍ଚମ ଟେଷ୍ଟରେ ଭାରତର ଏହି ଖେଳାଳିଙ୍କୁ ମିଳିପାରେ ଶେଷ ସୁଯୋଗ

ଏଥର ଭଲ ପ୍ରଦର୍ଶନ ନକଲେ କ୍ରିକେଟ ଜଗତରୁ ବିଦା!

ନୂଆଦିଲ୍ଲୀ: କ୍ରିକେଟ୍ ଜଗତରେ ବହୁତ କମ୍ ଖେଳାଳି ଥାନ୍ତି, ଯାହାଙ୍କ ଭାଗ୍ୟ ବୋହୁତ ବଳବାନ। ସେଥିପାଇଁ ତ ତାଙ୍କୁ ବାରମ୍ୱାର ସୁଯୋଗ ମିଳେ।  ନହେଲେ ଏପରି ବୋହୁତ ଖେଳାଳି ଅଛନ୍ତି ଯେଉଁମାନେ ଗୋଟିଏ କିମ୍ୱା ଦୁଇଟି ସୁଯୋଗ ପାଆନ୍ତି।

ଯଦି ଏହି ଗୋଟିଏ ଦୁଇଟି ସୁଯୋଗକୁ ସେମାନେ ଭଲ ଭାବରେ ଉପଯୋଗ କରିପାରନ୍ତି ନାହିଁ, କିମ୍ୱା ପଡିଆରେ ଭଲ ପ୍ରଦର୍ଶନ ନକରନ୍ତି ତାହାଲେ ସେଇଠି ହିଁ କାହାଣୀ ଶେଷ। ହେଲେ ଭାରତୀୟ ଦଳର କ୍ରିକେଟର କରୁଣ ନାୟାରଙ୍କୁ ବାରମ୍ୱାର ସୁଯୋଗ ମିଳୁଛି।

କରୁଣ ନାୟର ହୁଏତ ଭାରତ ବନାମ ଇଂଲଣ୍ଡ ଟତୁର୍ଥ ଟେଷ୍ଟରୁ ବାହାର ହୋଇଛନ୍ତି, କିନ୍ତୁ ତାଙ୍କୁ ଆଉ ଏକ ସୁଯୋଗ ମିଳିବାର ସମ୍ଭାବନା ରହିଛି। ସେ ପଞ୍ଚମ ଟେଷ୍ଟରେ ଫେରି ପାରନ୍ତି। ଆଉ ହୁଏତ ଏହି ପଞ୍ଚମ ଟେଷ୍ଟ ତାଙ୍କ ପାଇଁ ଶେଷ ସୁଯୋଗ ହେବ। ଯଦି ତାଙ୍କ ବ୍ୟାଟରୁ ରନ୍ ନବାହାରେ ତାହାଲେ ଜାଣନ୍ତୁ ଏହା ଏକ ବିରାଟ ପରାଜିତର କାରଣ।

କରୁଣ ନାୟାର ପ୍ରାୟ ଆଠ ବର୍ଷ ପରେ ଫେରିଛନ୍ତି: କରୁଣ ନାୟାର ପ୍ରାୟ ଆଠ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ଟେଷ୍ଟ ଡେବ୍ୟୁ ଆରମ୍ଭ କରିବାର କିଛି ମ୍ୟାଚ୍ ମଧ୍ୟରେ କରୁଣ ନାୟାର ଇଂଲଣ୍ଡ ବିପକ୍ଷରେ ତ୍ରିଶତକ ହାସଲ କରିଥିଲେ।

ସେତେବେଳେ ତାଙ୍କୁ ବୀରେନ୍ଦ୍ର ସେହୱାଗଙ୍କ ଭଳି ଜଣେ କିମ୍ବଦନ୍ତୀ ଖେଳାଳିଙ୍କ ସହ ତୁଳନା କରାଯାଉଥିଲା। କିନ୍ତୁ ଏହା ତାଙ୍କ ନାଁରେ ଏକମାତ୍ର ତ୍ରିଶତକ ଥିଲା।

ଏହାକୁ ବାଦ୍ ଦେଲେ କରୁଣଙ୍କ ନାଁରେ ଅର୍ଦ୍ଧଶତକ ମଧ୍ୟ ନାହିଁ। ତେଣୁ ସେତେବେଳେ ତାଙ୍କୁ ଦଳରୁ ବାହାର କରାଯାଇଥିଲା। କିନ୍ତୁ ଶୁଭମନ ଗିଲ୍ ନୂଆ ଅଧିନାୟକ ହେବା ପରେ କରୁଣ ପୁଣି ଥରେ ଫେରିଥିଲେ।

ତିନୋଟି ମ୍ୟାଚ୍ ଖେଳି ରନ କରିପାରି ନାହାଁନ୍ତି: କରୁଣ ନାୟାରଙ୍କୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟରେ ସୁଯୋଗ ଦିଆଯାଇଛି। କିନ୍ତୁ ତାଙ୍କ ବ୍ୟାଟ୍ ନୀରବ ରହିଛି।

ପ୍ରଥମ ଟେଷ୍ଟରେ ଡେବ୍ୟୁ କରିଥିବା ସାଇ ସୁଦର୍ଶନ ମଧ୍ୟ ଭଲ ପ୍ରଦର୍ଶନ କରିନଥିଲେ। ତେଣୁ ତାଙ୍କୁ ପ୍ଲେଇଂ ଇଲେଭେନରୁ ବାହାର କରାଯାଇଥିଲା। କିନ୍ତୁ ଅଧିନାୟକ ଶୁଭମନଙ୍କର ହୁଏତ କରୁଣଙ୍କ ଉପରେ ବହୁତ ବିଶ୍ୱାସ ଅଛି ତେଣୁ ତାଙ୍କୁ ଦଳରେ ଲଗାତାର ସୁଯୋଗ ଦିଆଯାଉଛି। ସେ ଲଗାତାର ତିନୋଟି ମ୍ୟାଚ୍ ଖେଳିଛନ୍ତି, କିନ୍ତୁ ସେ ଭଲ ରନ ସ୍କୋର କରିପାରିନାହାନ୍ତି।

ପୁନରାଗମନ ପ୍ରାୟ ଅସମ୍ଭବ: ଯଦି ଦେଖିବା ଏଥର ଭାରତୀୟ ଦଳର ବ୍ୟାଟ୍ସମ୍ୟାନମାନେ ଭଲ ଫର୍ମରେ ଅଛନ୍ତି। ସମସ୍ତଙ୍କ ବ୍ୟାଟରୁ ଭଲ ରନ୍ ବାହାରୁଛି। କିନ୍ତୁ କରୁଣ ନାୟାର ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ତେଣୁ ଚତୁର୍ଥ ଟେଷ୍ଟରୁ ତାଙ୍କୁ ବାଦ୍ ଦିଆଯାଇଥିଲା।

କିନ୍ତୁ ଏବେ ଲାଗୁଛି ଯେ କରୁଣ ନାୟାରଙ୍କୁ ଶେଷ ଟେଷ୍ଟରେ ଶେଷ ସୁଯୋଗ ଦିଆଯିବ।  କିନ୍ତୁ ଏହା ବିଶ୍ୱାସ କରାଯାଉଛି ଯେ, ଯଦି କରୁଣଙ୍କ ବ୍ୟାଟ୍ ଏହି ମ୍ୟାଚ୍ ରେ ମଧ୍ୟ କାମ ନ କରେ, ତେବେ ତାଙ୍କୁ ପୁଣି ଥରେ ବାଦ ଦିଆଯିବ। ଆଉ ତାପରେ ତାଙ୍କର ଦଳକୁ ପ୍ରତ୍ୟାବର୍ତ୍ତନର ସମ୍ଭାବନା ମଧ୍ୟ ପ୍ରାୟ ଶେଷ ହୋଇଯିବ।