ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟୀର ନେତାମାନେ ମୋଦୀ କା ପରିବାରର କ୍ୟାମ୍ପେନ ଚଳାଇଥିଲେ । ଏଥିପାଇଁ ସୋସିଆଲ ମିଡିଆରେ ବିଜେପି ନେତାମାନେ ଏବଂ କାର୍ଯ୍ୟକର୍ତ୍ତାମାନେ ନିଜ ନାମ ଆଗରୁ ମୋଦୀ କା ପରିବାର ଲେଖୁଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ କରିଛନ୍ତି ଯେ, ଏବେ ଲୋକେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ମୋଦୀ କା ପରିବାର ହଟାଇପାରିବେ ।
ପିଏମ ମୋଦୀ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଭାରତର ଲୋକେ ମୋ ପ୍ରତି ସ୍ନେହ ପ୍ରତୀକ ଭାବେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମୋଦୀ କା ପରିବାର ଲେଖିଥିଲେ । ଏଥିରୁ ମୋତେ ବହୁତ ଶକ୍ତି ମିଳିଛି । ଭାରତର ଲୋକେ ଏନଡିଏକୁ ଲଗାତାର ତୃତୀୟ ଥର ବହୁମତ ଦେଇଛନ୍ତି, ଯାହାକି ରେକର୍ଡ ହୋଇଛି ଏବଂ ଆମେ ନିଜ ଦେଶର ଭଲ ପାଇଁ କାମ କରିବା ପାଇଁ ଜନାଦେଶ ଦେଇଛୁ ।
ପ୍ରଧାନମନ୍ତ୍ରୀ ଜନତାଙ୍କୁ ଅପିଲ କରି କହିଛନ୍ତି ଯେ, ଆମେ ସମସ୍ତେ ଗୋଟିଏ ପରିବାରର, ଏହି ସନ୍ଦେଶ ପ୍ରଭାବଶାଳୀ ଢଙ୍ଗରେ ପହଞ୍ଚାଯିବା ପରେ ପୁଣିଥରେ ଭାରତର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଏବଂ ଅନୁରୋଧ କରୁଛି ଯେ, ବର୍ତ୍ତମାନ ଆପଣ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୋଦୀ କା ପରିବାର ଟ୍ୟାଗକୁ ହଟାଇପାରିବେ ଏବଂ ନିଜ ନାମ ପରିବର୍ତ୍ତନ କରିପାରିବେ । ଭାରତର ପ୍ରଗତି ପାଇଁ ପ୍ରୟାସ କରୁଥିବା ଏକ ପରିବାର ଭାବେ ମୁଁ ଆମ ବନ୍ଧନକୁ ମଜବୁତ ଏବଂ ଅତୁଟ ରଖିବି ।
Through the election campaign, people across India added 'Modi Ka Parivar' to their social media as a mark of affection towards me. I derived a lot of strength from it. The people of India have given the NDA a majority for the third consecutive time, a record of sorts, and have…
— Narendra Modi (@narendramodi) June 11, 2024