ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣଙ୍କୁ କୌଣସସି କାରଣବଶତଃ ଅଚାନକ୍ ଟ୍ରେନ୍ ଯାତ୍ରା କରିବାକୁ ପଡେ, ତେବେ ଏଥିପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଏଣିକି ଆପଣ ବିନା ରିଜର୍ଭେସନରେ ଟ୍ରେନରେ ଯାତ୍ରା କରିପାରିବେ ।
ପୂର୍ବରୁ ତତ୍କାଳ ଟିକେଟ୍ ହିଁ ଏପରି ସମୟ ପାଇଁ ଏକମାତ୍ର ସାହାର ଥିଲା, କିନ୍ତୁ ଏଥିରେ ବି ଟିକେଟ୍ ମିଳିବା ଏତେ ସହଜ ନୁହେଁ । ରେଲୱେ ଏପରି ସମୟ ପାଇଁ ଏକ ସ୍ୱତନ୍ତ୍ର ସୁବିଧା ଦେଉଛି, ଯାହା ଅଧିନରେ ଆପଣ ବିନା ସଂରକ୍ଷଣରେ ବି ଯାତ୍ରା କରିପାରିବେ ।
ଏବେ ଆପଣ ପ୍ଲାଟଫର୍ମ ଟିକେଟ୍ ରେ ମଧ୍ୟ ଯାତ୍ରା କରିପାରିବେ । ଯଦି ଆପଣଙ୍କର ପାଖରେ କୌଣସି ରିଜର୍ଭେସନ ନାହିଁ ଓ ଆପଣଙ୍କୁ ଟ୍ରେନରେ କୌଣସି ସ୍ଥାନକୁ ଯିବାର ଅଛି, ତେବେ ଆପଣ କେବଳ ପ୍ଲାଟଫର୍ମ ଟିକେଟ୍ ନେଇ ଟ୍ରେନରେ ଚଢ଼ିପାରିବେ । ଏହା ପରେ ଆପଣ ଟିକେଟ୍ ଚେକର ପାଖକୁ ଯାଇ ଟିକେଟ୍ କରିପାରିବେ । ଯାତ୍ର୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଲୱେ ଏହି ନିୟମ ପ୍ରସ୍ତୁତ କରିଛି । କିନ୍ତୁ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ୍ ନେଇ ତୁରନ୍ତ ଟିଟିଆଇ ସହ ଯୋଗଯୋଗ କରିବାକୁ ପଡିବ ।