fbpx

ଇ-ଶ୍ରମ କାର୍ଡ: ଏବେ ଯୁବକ ବି ନେଇପାରିବେ ଏହି ଯୋଜନା ଲାଭ, ପ୍ରତିମାସରେ ମିଳିବ ୧୦୦୦ ଟଙ୍କା

Advertisement

କରୋନା ମହାମାରୀ କାରଣରୁ ହୋଇଥିବା ଆର୍ଥିକ କ୍ଷତିର ଭରଣ ପାଇଁ କେନ୍ଦ୍ର ସରକାର ପଛୁଆ ବର୍ଗଙ୍କୁ ଧ୍ୟାନରେ ରଖି ଅନେକ ଯୋଜନା କରିଛନ୍ତି । ଯେଉଁଥିରେ ସେମାନଙ୍କୁ ଲାଭ ମିଳିପାରିବ । ଏହି ଯୋଜନା ମଧ୍ୟରୁ ଗୋଟିଏ ହେଉଛି ଇ-ଶ୍ରମ କାର୍ଡ । ବର୍ତ୍ତମାନ ଅନେକ ଶ୍ରମିକ ନିଜର ଇ-ଶ୍ରମ କାର୍ଡ ତିଆରି କରୁଛନ୍ତି । ଇ-ଶ୍ରମ କାର୍ଡ ସାହାଯ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ଲାଭ ମିଳିଥାଏ । ଇ-ଶ୍ରମ କାର୍ଡ ଦ୍ୱାରା ଶ୍ରମିକ ଭବିଷ୍ୟତରେ ଆର୍ଥିକ ଭାବରେ ସୁରକ୍ଷିତ କରିପାରେ । ସହିଭଳି ଏହି କାର୍ଡର ଫାଇଦା ପାଠପଢ଼ୁଥିବା ପିଲାଙ୍କ ଠାରୁ ଆରମ୍ଭ କରି ସବୁ ବୟସ ବର୍ଗର ଲୋକ ଉଠାଇପାରିବେ । କେବଳ କାର୍ଡର ଲାଭ ଉଠାଇବା ପାଇଁ ବୟସ ୧୬ ବର୍ଷରୁ ଅଧିକ ଏବଂ ୫୯ ବର୍ଷରୁ କମ ହୋଇଥିବା ଆବଶ୍ୟକ ।

ଏମିତି କରନ୍ତୁ ଆବେଦନ:

ଇ-ଶ୍ରମ କାର୍ଡ ପାଇଁ ଅନଲାଇନ ରେଜିଷ୍ଟେସନ କରିବା ପ୍ରକ୍ରିୟା ବହୁତ ସହଜ ହୋଇଥାଏ ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ଇ-ଶ୍ରମ କାର୍ଡ ପୋର୍ଟାଲର ଅଫିସିଆଲ ନୋଟିଫିକେସନ ୱେବସାଇଟ ୍‌କମ;ହଂପଂହନତୂପଳତୂ କୁ ଯାଇ ରେଜିଷ୍ଟ୍ରେସନ କରିବାକୁ ହେବ ।

ପ୍ରଥମେ ୱେବସାଇଟ ଖୋଲିବା ପରେ ହୋମ ପେଜରେ \”ରେଜିଷ୍ଟର ଅନ ଇ-ଶ୍ରମ\’ ଅପ୍ସନକୁ କ୍ଲିକ କରନ୍ତୁ ।

ନୂଆ ପେଜ୍ ଖୋଲିବା ପରେ ମଗାଯାଇଥିବା ଆବଶ୍ୟକୀୟ ସୂଚନା ଦିଅନ୍ତୁ ।

ଏହାପରେ ଆପଣଙ୍କ ଆଧାର କାର୍ଡ ସହ ଜଡ଼ିତ ମୋବାଇଲ ନମ୍ବରକୁ ଓଟିପି ଆସିବ ।

ଏଥିରେ ପଞ୍ଜୀକରଣ ପେଜ ଖୋଲିବ ଏହାକୁ କ୍ଲିକ କରି ଆବେଦନ ଫର୍ମ ପୂରଣ କରିବାକୁହେବ ।

ଏହାପରେ ମଗାଯାଇଥିବା ଜରୁରୀ ଦସ୍ତାବେଜ ଅପଲୋଡ କରିବାକୁ ହେବ । ଶେଷରେ ଫର୍ମ ସବମିଟ୍ କରିବାକୁ ହେବ । ଯାହା ପରେ ପଞ୍ଜୀକରଣ ପ୍ରକ୍ରିୟା ପୂରା ହେବାପରେ ଆପଣଙ୍କୁ ୧୦ ଡିଜିଟ୍ ର ଇ-ଶ୍ରମ କାର୍ଡ ମିଳିଯିବ ।

ଇ-ଶ୍ରମ କାର୍ଡ ସହ ଜଡ଼ିତ ସୂଚନା ପାଇବା ପାଇଁ ସରକାରଙ୍କ ତରଫରୁ ଜାରି କରାଯାଇଥିବା ହେଲ୍ପଲାଇନ ନମ୍ବର ୧୪୪୩୪୪ ଟୋଲ ଫ୍ରି ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ ।

ଉଲ୍ଲେଖଯୋଗ୍ୟ, ଏହି କାର୍ଡ ତିଆରି କରିବା ଦ୍ୱାରା ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିବ । ସେହିଭଳି କାର୍ଡର ଲାଭ କେବଳ ସେହିମାନଙ୍କୁ ମିଳିବ ଯେଉଁମାନେ ଏପର୍ଯ୍ୟନ୍ତ କୌଣସି ଯୋଜନାର ଲାଭ ନପାଇଛନ୍ତି ଏବଂ ଆୟକର ଅଧୀନରେ ଆସୁନାହଁନ୍ତି । ତେବେ ହିତାଧିକାରୀଙ୍କୁ ୧୦୦୦ ଟଙ୍କା କିସ୍ତି ଚଳିତ ସପ୍ତାହରେ ମିଳିବ ।

Get real time updates directly on you device, subscribe now.