fbpx

ପ୍ରଥମ ଥର ପାଇଁ ୨୫,୦୦୦ ପାର୍ ହେଲା ନିଫ୍ଟି; କୋଲ୍ ଇଣ୍ଡିଆ, ଓଏନ୍‌ଜିସି ଓ ଏନ୍‌ଟିପିସି ସେୟାରରେ ପ୍ରବଳ କ୍ରୟ

ମୁମ୍ୱାଇ: ଅଗଷ୍ଟ ମାସର ପ୍ରଥମ କାରବାର ଅଧିବେଶନ ଭାରତୀୟ ଷ୍ଟକ ବଜାର ପାଇଁ ଐତିହାସିକ ପାଲଟିଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ପ୍ରଥମ ଥର ପାଇଁ ସର୍ବକାଳୀନ ସର୍ବୋଚ୍ଚ ସ୍ତର ୨୫,୦୦୦ ଅତିକ୍ରମ କରିବାରେ ସଫଳ ହୋଇଥିବା ବେଳେ ବିଏସଇ ସେନ୍ସେକ୍ସ ମଧ୍ୟ ୮୨,୦ ଟପି ୮୨,୧୨୯.୪୯ ର ଐତିହାସିକ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ବଜାରରେ ଏହି ବୃଦ୍ଧିର ଶ୍ରେୟ ଶକ୍ତି କ୍ଷେତ୍ରର ଏହି ଷ୍ଟକଗୁଡ଼ିକୁ ଯାଉଛି । କୋଲ୍ ଇଣ୍ଡିଆ, ଓଏନ୍ ଜିସି, ପାୱାର ଗ୍ରିଡ୍ ଭଳି ସରକାରୀ କମ୍ପାନିର ସେୟାରରେ ପ୍ରବଳ କ୍ରୟ ଦେଖିବାକୁ ମିଳିଛି । ଆଜିର କାରବାର ଶେଷ ସୁଦ୍ଧା ନିଫ୍ଟି ୬୪୦ ପଏଣ୍ଟ ବୃଦ୍ଧି ପାଇ ୨୫,୦୧୧ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ସେନ୍ସେକ୍ସ ୧୨୬ ପଏଣ୍ଟ ବୃଦ୍ଧି ସହ ୮୧,୮୬୭ ପଏଣ୍ଟରେ ବନ୍ଦ ହୋଇଛି ।

ଆଜିର କାରବାରରେ ଶକ୍ତି ଷ୍ଟକ୍ ର ପ୍ରାଧାନ୍ୟ ରହିଛି । ଯଦି ଆମେ ଏହି କ୍ଷେତ୍ରର ଷ୍ଟକଉପରେ ନଜର ପକାଇବା ତେବେ ପାୱାର ଗ୍ରିଡ୍ ୩.୭୩ ପ୍ରତିଶତ, ଆଦାନୀ ଗ୍ରୀନ୍ ଏନର୍ଜି ୩.୧୬ ପ୍ରତିଶତ, ଟାଟା ପାୱାର ୨.୫୧ ପ୍ରତିଶତ, ଓଏନଜିସି ୨.୦୩ ପ୍ରତିଶତ, ଏନଟିପିସି ୧.୮୩ ପ୍ରତିଶତ, ରିଲାଏନ୍ସ ୦.୭୫ ପ୍ରତିଶତ ବନ୍ଦ ହୋଇଛି ।

ସେହିପରି ଏଚଡିଏଫସି ବ୍ୟାଙ୍କ ୧.୮୫ ପ୍ରତିଶତ, ନେସ୍ଲେ ୧.୩୮ ପ୍ରତିଶତ, ଆଦାନୀ ପୋର୍ଟସ ୧.୦୭ ପ୍ରତିଶତ, ମାରୁତି ସୁଜୁକି ୧.୦୧ ପ୍ରତିଶତ, ଭାରତୀ ଏୟାରଟେଲ ୦.୬୬ ପ୍ରତିଶତ ବନ୍ଦ କରିଛି । ହ୍ରାସ ପାଇଥିବା ଷ୍ଟକ ମଧ୍ୟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ୨.୭୬ ପ୍ରତିଶତ, ଟାଟା ଷ୍ଟିଲ ୧.୩୬ ପ୍ରତିଶତ, ବଜାଜ ଫିନସର୍ଭ ୧.୨୦ ପ୍ରତିଶତ, ଏସବିଆଇ ୧.୨୦ ପ୍ରତିଶତ ହ୍ରାସ ପାଇଛି ।

Get real time updates directly on you device, subscribe now.