fbpx

ଏନଟିପିସିରେ ୨୫୦ ଡେପୁଟି ମ୍ୟାନେଜର ପଦ ପାଇଁ ଆବେଦନ ପତ୍ର ଡାକରା

ଭୁବନେଶ୍ୱର: ରାଜ୍ୟର ସର୍ବ ବୃହତ ପାୱାର ପ୍ଲାଣ୍ଟରେ ଚାକିରି ଆଶାୟୀଙ୍କ ପାଇଁ ରହିଛି ସୁବିଧା । ନାସନାଲ ଥର୍ମଲ ପାୱାର କର୍ପୋରେସନ ବା ଏନଟିପିସିରେ ବେକାର ଯୁବକ, ଯୁବତୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଏଥିପାଇଁ ସଂସ୍ଥା ପକ୍ଷରୁ ଜାରି ହୋଇଛି ନୋଟିଫିକେସନ । କମ୍ପାନୀର ବିଭିନ୍ନ ବିଭାଗ ପାଇଁ ଉପ ପରିଚାଳକ ବା ଡେପୁଟି ମ୍ୟାନେଜର ପଦବୀରେ ଆବେଦନ ଲୋଡା ଯାଇଛି ।

ଏନଟିପିସିର ବିଜ୍ଞାପ୍ତି ମୁତାବକ, ଡେପୁଟି ମ୍ୟାନେଜରର ଏକାଧିକ ପୋଷ୍ଟ ରହିଛି । ଏଥିପାଇଁ ଉଭୟ ଯୁବକ ଓ ଯୁବତୀ ଅନଲାଇନରେ ଆବେଦନ କରିପାରିବେ । ଆବେଦନ ପାଇଁ ପ୍ରାର୍ଥୀଙ୍କୁ କମ୍ପାନୀର ୱେବସାଇଟ ntpc.co.inକୁ ଯାଇ ସେଥିରେ ଥିବା NTPC Deputy Manager Recruitment Apply for 250 Posts Notification ଲିଙ୍କରେ କ୍ଲିକ କରିବାକୁ ହେବ । ବିଜ୍ଞପ୍ତି ତଥ୍ୟ ମୁତାବକ ୧୪ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହେବ ଆବେଦନ ଓ ଶେଷ ହେବ ୨୮ ସେପ୍ଟେମ୍ବର ୨୦୨୪ରେ । ଏଥିପରେ ବିଭିନ୍ନ ବିଭାଗରେ ରହିଥିବା ପଦବୀ ନିମ୍ନରେ ରହିଛି ।

ଇଲେକ୍ଟ୍ରିକାଲ ଇରେକ୍ସନ ଡେପୁଟି ମ୍ୟାନେଜର ୪୫ ଟି ପଦ,
ମେକାନିକାଲ୍ ଇରେକ୍ସନ୍ ଡେପୁଟି ମ୍ୟାନେଜର – ୯୫ଟି ପୋଷ୍ଟ୍
ସି ଆଣ୍ଡ ଆଇ ଇରେକସନ୍ ଡେପୁଟି ମ୍ୟାନେଜର – ୩୫ଟି ପୋଷ୍ଟ୍
ସିଭିଲ୍ କନଷ୍ଟ୍ରକସନ ଡେପୁଟି ମ୍ୟାନେଜର – ୭୫ଟି ପୋଷ୍ଟ୍

ଯୋଗ୍ୟତା:
ସମ୍ପୃକ୍ତ ବିଭାଗର ମାର୍କରେ ୬୦% ସହିତ B.E /B.tech ଡିଗ୍ରୀ ଆବଶ୍ୟକ

ନିର୍ଦ୍ଧିଷ୍ଟ ବିଭାଗରେ ପାୱାର ସେକ୍ଟର କାମରେ ଥିବ ୩ରୁ ୧୦ ବର୍ଷର ଅଭିଜ୍ଞତା

ବୟସ ସୀମା:

ଆବେଦନକାରୀଙ୍କ ସର୍ବାଧିକ ବୟସ ୪୦ ବର୍ଷ ମଧ୍ୟରେ ହୋଇଥିବ।

ଏହି ସବୁ ପଦ ପାଇଁ ସର୍ବନିମ୍ନ ଦରମା ୭୦ ହଜାର ଟଙ୍କାରୁ ସର୍ବାଧିକ ୨ ଲକ୍ଷ ଟଙ୍କା ରଖା ଯାଇଛି ।

ଆବେଦନକାରୀଙ୍କ ଆବେଦନ ପାଇଁ ରହିଛି ଶୁଲ୍କ । ସାଧାରଣ ବର୍ଗ ପାଇଁ ଏହି ଶୁଳ୍କ ୩୦୦ ଓ ଏସସି, ଏସଟି. ପିଡବ୍ଲୁବିଡି ବା ଏକ୍ସଏସଏମ ବର୍ଗ ହୋଇଥିଲେ ଶୁଳ୍କ ଦେୟମୁକ୍ତ କରାଯାଇଛି । ସବିଶେଷ ବିବରଣୀ ପାଇଁ ntpc.co.in ସାଇଟକୁ ଯାଇ ତଥ୍ୟ ସଂଗ୍ରହ କରନ୍ତୁ ଓ ଆବେଦନ କରନ୍ତୁ ।

Get real time updates directly on you device, subscribe now.