ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର । ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଯଥା ଏନଟିପିସି ପକ୍ଷରୁ ଇଞ୍ଜିନିୟରିଂ ଏକ୍ଜିକ୍ୟୁଟିଭ୍ ଟ୍ରେନି (ଇଇଟି) ପଦ ପାଇଁ ନିଯୁକ୍ତି ବାହାରିଛି । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ https://www.ntpc.co.in/ ଯାଇ ଆବେଦନ କରିପାରିବେ ।
ଶେଷ ତାରିଖ :-
ପ୍ରକାଶିତ ବିଜ୍ଞପ୍ତିରେ ଦିଆଯାଇଥିବା ବିବରଣୀ ଅନୁଯାୟୀ, ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୦ ଅକ୍ଟୋବର ୨୦୨୩ ।
ଆବେଦନ ଶୁଳ୍କ :-
ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ଜେନେରାଲ / ଓବିସି ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୩୦୦ ଟଙ୍କା ରହିଛଇ । ଅନ୍ୟପଟେ ଏସସି/ଏସଟି/ପିଏଚ ବର୍ଗ ପ୍ରାର୍ଥୀ ପାଇଁ ଆବେଦନ ଶୁଳ୍କ ଶୂନ । ପ୍ରାର୍ଥୀ ଏହାକୁ ଏସବିଆଇ, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଏବଂ ନେଟ୍ ବ୍ୟାଙ୍କିଙ୍ଗ୍ ରେ ଇ ଚାଲାଣ ମାଧ୍ୟମରେ ଦେଇପାରିବେ ।
ବୟସ :-
ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୭ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।
ଯୋଗ୍ୟତା :-
ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ସେମାନଙ୍କ ସମ୍ବନ୍ଧୀୟ ବ୍ରାଞ୍ଚରୁ ୪ ବର୍ଷର ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ବାଧ୍ୟତାମୂଳକ ।
-ପ୍ରାର୍ଥୀମାନଙ୍କୁ ଗେଟ୍ ୨୦୨୩ ପରୀକ୍ଷାରେ ହାଜର ହେବାକୁ ପଡିବ ।
– ସମ୍ବନ୍ଧୀୟ ପୋଷ୍ଟରେ ବିଇ/ବିଟେକ୍ ୪ ବର୍ଷର ଇଞ୍ଜିନିୟରିଂ ଡିଗ୍ରୀ ।
ସର୍ବନିମ୍ନ: ସାଧାରଣ / ଓବିସି ପ୍ରାର୍ଥୀଙ୍କ ପାଇଁ ୬୫% ମାର୍କ ।
ସର୍ବନିମ୍ନ: ଏସସି/ଏସଟି/ପିଏଚ ପ୍ରାର୍ଥୀଙ୍କ ପାଇଁ ୫୫% ମାର୍କ ।
ସମ୍ପୃକ୍ତ ବିଷୟ ଉପରେ ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତି ଦେଖିପାରିବେ ।
ଆପଣ କେତେ ଦରମା ପାଇବେ?
ଯଦି ଆପଣ ଏହି ନିଯୁକ୍ତିରେ ମନୋନୀତ ହୁଅନ୍ତି, ତେବେ ୪୦,୦୦୦ ରୁ ୧୪୦,୦୦୦ ଟଙ୍କା (ବେସିକ୍ ପେ – ୪୦,୦୦୦ ଟଙ୍କା, ଇ୧ ଗ୍ରେଡ୍) ପର୍ଯ୍ୟନ୍ତ ଦରମା ପାଇବେ ।