fbpx

ପିସି ନେଇ ଫେରୁଥିଲେ ନୂଆପଡା MVI, ବାଟରେ ମାଡି ବସିଲା ଭିଜିଲାନ୍ସ

nuapada mvi caught with above 1 lakhs by vigilance at khordha

ନୂଆପଡା: ସରକାରୀ ବାବୁଙ୍କ ପାଖରେ ଟଙ୍କାର ପାହାଡ ।  ଟଙ୍କାସହ ଭିଜିଲାନ୍ସ ଜାଲରେ ଧରାପଡିଲେ ନୂଆପଡା ଏମଭିଆଇ । 1 ଲକ୍ଷ 32 ହଜାର ସହ ନୂଆପଡା ଏମଭିଆଇ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି । ଧରାପଡିଥିବା ଏମଭିଆଇଙ୍କ ନାମ ବିଜୟ ବେହୁରିଆ ବୋଲି ଜଣାପଡିଛି । ତେବେ ଏତେ ସଂଖ୍ୟକ ଟଙ୍କା ପିସି ଆକାରରେ ଆଦାୟ କରିଥିବା ନେଇ ସନ୍ଦେହ କରିଥିଲା ଭିଜିଲାନ୍ସ । ତେବେ ଟଙ୍କା ନେଇ ସେ ମଧ୍ୟ ଭିଜିଲାନ୍ସ କର୍ମଚାରୀଙ୍କ ସଠିକ୍ ଉତ୍ତର ଦେଇପାରି ନଥିଲେ ।  ନୂଆପଡାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧାରେ କାବୁ କରିଛି ଅବକାରୀ ବିଭାଗ । ତାଙ୍କ ଠାରୁ ଟଙ୍କା ଜବତ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।  ଟଙ୍କା ସହ ରହିଥିବାରୁ ସନ୍ଦେହ କରି ଏକକାଳୀନ 5ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ବିଭାଗ ।

Get real time updates directly on you device, subscribe now.