ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମଙ୍କ ବିୟାଗ, ପୋଖରାନ୍ ପରୀକ୍ଷଣରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା

୮୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମ ।

ନୂଆଦିଲ୍ଲୀ: ଆରପାରିରେ ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।

କିଛି ଦିନରୁ ସେ ବୟସାଧିକ ସମସ୍ୟା ଯୋଗୁଁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା ।

କଲାମଙ୍କ ଘନିଷ୍ଠ: ପୋଖରାନ ପରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଆର. ଚିଦାମ୍ବରମ । ଭାରତ ସରକାରଙ୍କ ବୈଷୟିକ ପରାମର୍ଶଦାତା ସହ ସେ ଅବଦୁଲ କଲାମଙ୍କ ଘନିଷ୍ଠ ସହଯୋଗୀ ଥିଲେ ।

ଏହା ବ୍ୟତୀତ ସେ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ସ୍ମାଇଲିଂ ବୁଦ୍ଧ, ଅପରେସନ ଶକ୍ତିରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।

ପଦ୍ମଶ୍ରୀ ସମ୍ମାନ: ୧୯୭୪ ଏବଂ ୧୯୮୮ରେ ସେ ପରୀକ୍ଷଣର ଡିଜାଇନ୍ ଏବଂ କାର୍ଯ୍ୟକାରିତାରେ ଏକ ପ୍ରମୁଖ ଭୂମିକା ତୁଲାଇଥିଲେ । ଏଥିପାଇଁ ୧୯୭୫ରେ ପଦ୍ମଶ୍ରୀ ଏବଂ ୧୯୯୯ରେ ପଦ୍ମବିଭୂଷଣରେ ସମ୍ମାନିତ ହୋଇଥିଲେ ଆର. ଚିଦାମ୍ବରମ ।

ସଫଳ ଜୀବନ: ୧୯୩୬ ମସିହା ୧୨ ନଭେମ୍ବରରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ ରାଜଗୋପାଳ ଚିଦାମ୍ବରମ । ଭାରତୀୟ ବିଜ୍ଞାନ ଅନୁଷ୍ଠାନ, ବେଙ୍ଗାଲୁରୁରୁ ପିଏଚଡି କରିବା ପରେ ୧୯୬୨ରେ ସେ ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର(BARC)ରେ ଯୋଗ ଦେଇଥିଲେ ।

୧୯୯୦ରେ ସେ BARCର ନିର୍ଦ୍ଦେଶକ ଏବଂ ୧୯୯୩ରେ ପରମାଣୁ ଶକ୍ତି ଆୟୋଗର ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୦ ମସିହା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ । ଏହି ସମୟ ମଧ୍ୟରେ ଭାରତ ୧୯୯୮ରେ ଦ୍ୱିତୀୟ ପରମାଣୁ ପରୀକ୍ଷଣ କରିଥିଲା ।