fbpx

ଲୋନ୍ ପାଇଁ Viral ହେଇଗଲା ସ୍ତ୍ରୀର ନ୍ୟୁଡ୍ ଫଟୋ: ସାଇବର ଥାନାରେ ରୁଜୁ ହେଲା ମାମଲା

Advertisement

ନୂଆଦିଲ୍ଲୀ: ଲୋନ୍ ନେବା ଆଜିକାଲି ଅତ୍ୟନ୍ତ ସାଧାରଣ ଘଟଣା । ତେବେ ଲୋନ ନେବା ଘଟଣାକୁ ନେଇ ଭାଇରାଲ ହୋଇ ଯାଇଛି ସ୍ତ୍ରୀର ଅଶ୍ଲୀଳ ଫଟୋ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ଏକ ଆପରୁ ଲୋନ ନେଇଥିବା ଜଣେ ବ୍ୟକ୍ତିଙ୍କୁ ସାଇବର ଠକ ମାନଙ୍କର କଲ୍ ଆସୁଥିବା ବେଳେ ସ୍ତ୍ରୀଙ୍କ ଉଲଗ୍ନ ଫଟୋ ଭାଇରାଲ ହୋଇଛି । ଲୋନ୍ ଆଣିଥିଲେ ଏଜେଣ୍ଟ ମାନେ ରିକଭରୀ ପାଇଁ ଫୋନ କରିଥାନ୍ତି । ତେବେ ଗୁଜରାଟର ଏହି ବ୍ୟକ୍ତି ଜଣଙ୍କ ଲୋନ ପରିଶୋଧ କରି ଦେଇଥିଲେ । ହେଲେ ଏହା ପରେ ମଧ୍ୟ ତାଙ୍କୁ ବାରମ୍ବାର ଫୋନ ଆସିଥିଲା ।

କେବଳ ତାଙ୍କୁ ନୁହେଁ ତାଙ୍କ କଣ୍ଟାକ୍ଟ ଲିଷ୍ଟରେ ରହିଥିବା ସମସ୍ତଙ୍କୁ ଫୋନ ଯାଇଥିଲା । ଶେଷରେ ଦାବି କରାଯାଇଥିବା ଅର୍ଥ ନ ମିଳିଲେ ଫଟୋ ଭାଇରାଲ କରିବାକୁ ଧମକ ଦିଆଯାଇଥିଲା । ଫଟୋକୁ ଯୋଡି ଅଶ୍ଲୀଳ ଫଟୋ ପ୍ରସ୍ତୁତ କରିବା ସହିତ ଏହାକୁ ତାଙ୍କ କଣ୍ଟାକ୍ଟ ଲିଷ୍ଟରେ ରହିଥିବା ସମସ୍ତଙ୍କୁ ଏହି ଫଟୋ ପଠାଇବାକୁ ଧମକ ଦିଆଯାଇଥିଲା । ଶେଷରେ ସ୍ତ୍ରୀର ମର୍ଫ କରାଯାଇଥିବା ଅଶ୍ଲୀଳ ଫଟୋ ପଠାଯିବା ପରେ ୩୪ ବର୍ଷୀୟ ଯୁବକ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଇଟି ଆକ୍ଟ ଆଧାରରେ ଧୋକାଦାରୀ, ଧମକ ଏବଂ ଅଶ୍ଲୀଳ ଫଟୋ ଭାଇରାଲ ଅଭିଯୋଗରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

Get real time updates directly on you device, subscribe now.